୧୦ ବର୍ଷରେ ୧୫୦୦ ପରମାଣୁ ଅସ୍ତ୍ର ତିଆରି କରିବ ଚୀନ୍ : ପେଣ୍ଟାଗନ୍ ରିପୋର୍ଟ

114

କନକ ବ୍ୟୁରୋ: ୨୦୩୫ ସୁଦ୍ଧା ଚୀନ୍ ପ୍ରାୟ ୧,୫୦୦ ପରମାଣୁ ଅସ୍ତ୍ର ବୋଲି ଦାବି କରିଛି ଚୀନ୍ । ପେଣ୍ଟାଗନ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବର୍ତ୍ତମାନ ଚୀନର ଆଣବିକ ଅସ୍ତ୍ରଶସ୍ତ୍ରର ସଂଖ୍ୟା ପାଖାପାଖି ୪୦୦ ରହିଛି । ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୩୫ ସୁଦ୍ଧା ଚୀନ୍ ପାଖରେ ୧୫୦୦ ପରମାଣୁ ଅସ୍ତ୍ର ନିର୍ମାଣ କରିବ । ଚୀନ୍ ନିଜର ଆଣବିକ ଶକ୍ତିର ଆଧୁନିକୀକରଣକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି।

୨୦୨୩ ସୁଦ୍ଧା ଜାତୀୟ ପ୍ରତିରକ୍ଷା ଏବଂ ସଶସ୍ତ୍ର ସେନାର ଆଧୁନିକୀକରଣ କରିବା ପାଇଁ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଯୋଜନା କରୁଛି। ଚୀନା ସେନା ଉପରେ ‘ପେଣ୍ଟାଗନ୍‌’ର ବାର୍ଷିକ ରିପୋର୍ଟ ଉନ୍ମୋଚନ ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣେ ଉଚ୍ଚପଦସ୍ଥ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଗୁପ୍ତରେ ସେମାନେ ଦ୍ରୁତ ବେଗରେ କାମ କରୁଛନ୍ତି। ‘ପେଣ୍ଟାଗନ୍‌’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଚୀନ୍‌ ମହାକାଶ ଯୁଦ୍ଧ ଓ ମହାକାଶ ଯୁଦ୍ଧ ମୁକାବିଲା ନିମନ୍ତେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତି କରୁଛି। ବିଶ୍ୱର ବୃହତ୍ତମ ଚୀନ୍‌ ସେନାରେ ୧ ନିୟୁତ ସୈନିକ ଅଛନ୍ତି। ଯୁଦ୍ଧପୋୟତ ସଂଖ୍ୟରେ ବି ଚୀନ୍‌ର ନୌସେନା ବିଶ୍ୱର ସବୁଠୁ ବଡ଼। ଚୀନ୍‌ ବାୟୁସେନା ମଧ୍ୟ ବିଶ୍ୱର ତୃତୀୟ ବୃହତ୍‌ ବାୟୁସେନା।