କରୋନା ଭାଇରସ ଭୟ : ଚୀନରେ ହ୍ୟାଣ୍ଡ୍ ସେକ୍ ବଦଳରେ ଲୋକେ କରୁଛନ୍ତି ଲେଗ୍ ସେକ୍, ଦେଖନ୍ତୁ ଭିଡ଼ିଓ ।

Advertisment
କରୋନା ଭାଇରସ ଭୟ : ଚୀନରେ ହ୍ୟାଣ୍ଡ୍ ସେକ୍ ବଦଳରେ ଲୋକେ କରୁଛନ୍ତି ଲେଗ୍ ସେକ୍, ଦେଖନ୍ତୁ ଭିଡ଼ିଓ ।

କନକ ବ୍ୟୁରୋ : ଯେତେବେଳେ କେହି ବନ୍ଧୁ କିମ୍ବା ପ୍ରିୟ ଲୋକ ଦେଖା ହୋଇଥାନ୍ତି ଆମେ ସାଧାରଣତଃ ‘ହ୍ୟାଣ୍ଡ୍‌ ସେକ୍‌’ କରିଥାନ୍ତି। ମାତ୍ର ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭାଇରସ୍‌ ଭୟରେ ଚୀନର ଲୋକେ ‘ହ୍ୟାଣ୍ଡ୍‌ ସେକ୍‌’ ବଦଳରେ ‘ଲେଗ୍‌ ସେକ୍‌’ କରୁଥିବାର ନଜର ଆସିଛି। କରୋନା ଭାଇରସକୁ ଦୂରେଇ ଦେବା ପାଇଁ ଲୋକେ ଏହି ପରି ଭାବେ ସଚେତନତା ଆପଣେଇଥିବା ଜାଣିବାକୁ ମିଳିଛି।

ଟ୍ୱିଟର ବ୍ୟବହାରକାରୀ ରୁଦ୍ୟକ ମେରିନାଙ୍କ ଟ୍ୱିଟର ପେଜରେ ଏହି ଭିଡିଓ ପୋଷ୍ଟ୍‌ ହେବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଲୋକମାନେ ସମସ୍ତେ ମୁହଁରେ ମାସ୍କ ପିନ୍ଧି ବୁଲୁଛନ୍ତି। ପରସ୍ପରଙ୍କୁ ଅଭିବାଦନ ଜଣାଇବା ପାଇଁ ସେମାନେ ଗୋଡ଼ ମିଳାମିଳି ହେଉଛନ୍ତି।

ସେହି ସମୟର ଦୃଶ୍ୟକୁ ଭିଡିଓ କରି ରୁଦ୍ୟକ ମେରିନା ନାମକ ବ୍ୟକ୍ତି ତାହାକୁ ନିଜ ଟ୍ୱିଟର ପେଜରେ ସେୟାର୍‌ କରିଛନ୍ତି। ପ୍ରଥମେ ଜଣେ ଯୁବକ ଏକ କଳା ରଂଗର ଗାଡ଼ିରୁ ବାହାରୁଛନ୍ତି। ଯୁବକଙ୍କୁ ତାଙ୍କ ବନ୍ଧୁ ହାତ ମିଳାଇବାକୁ ହାତ ବଢ଼ାଉଥିବା ବେଳେ ଯୁବକ ଜଣକ ପଛକୁ ଘୁଞ୍ଚିଯାଇ ଗୋଡ଼ ବଢ଼ାଉଛନ୍ତି। ରୁଦ୍ୟକ ମେରିନା ଭିଡିଓର କ୍ୟାପସନ ଦେଇ ଲେଖିଛନ୍ତି, ‘ଯଦି ତୁମେ କରୋନା ଭାଇରସ୍‌ ହେତୁ ହାତ ମିଳାଇ ପାରିବନି ତ କ’ଣ କରିପାରିବ?’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe