ଏଲିଅନଙ୍କ ଠାବ କରିବ ଚୀନର ଫାଷ୍ଟ ଟେଲିସ୍କୋପ୍ । ପୃଥ୍ୱୀବି ପଷ୍ଠରେ ୟୁଏଫଓ ଅବତରଣ କରିବା ପୂର୍ବରୁ ଦେବ ସିଗନାଲ୍

105

କନକ ବ୍ୟୁରୋ : ସତରେ କଣ ଏହି ଦୁନିଆରେ ଏଲିଅନ୍ ଅଛନ୍ତି ? ଯଦି ଅଛନ୍ତି ତାହେଲେ ସତରେ କଣ ସେମାନେ ପୃଥ୍ୱୀବି ପୃଷ୍ଠକୁ ଅବତରଣ କରନ୍ତି ? ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଆଜି ଯାଏଁ ମିଳିନଥିବା ବେଳେ ଏଲିଅନଙ୍କ ଉପସ୍ଥିତିକୁ ପ୍ରମାଣ କରିବା ଦିଗରେ ଚୀନ୍ ଏକ ଫାଷ୍ଟ ଟେଲିସ୍କୋପ୍ ନିର୍ମାଣ କରିଛି । ଯାହା ସାହାଯ୍ୟରେ ଏଲିଅନକୁ ଖୋଜିପାରିବ ଚୀନ୍ । ଆଉ ପୃଥ୍ୱୀବି ପୃଷ୍ଠରେ ସ୍ପେସ୍-ସିପ୍ ଅବତରଣ କରିବା ପୂର୍ବରୁ ସିଗନାଲ ପାଇପାରିବ ।
ଚୀନ୍ ଏକ ରେଡିଓ ଟେଲିସ୍କୋପ ନିର୍ମାଣ କରିଛି । କେବଳ ଏଲିଅନକୁ ଖୋଜିବା ଦିଗରେ ଏହି ଟାୱାର କାମ କରିବ । ଯଦି କେବେ ଏଲିଅନ୍ ପୃଥ୍ୱୀବି ପୃଷ୍ଠରେ ଅବତରଣ କରେ ତାହେ ପୂର୍ବରୁ ଏହା ସିଗନାଲ ଦେଇ ଜଣାଇଦେବ ।
ଚୀନର ଏକ ୟୁନିଭରସିଟିର ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯଦି ଏଲିଏନ୍ ପୃଥ୍ୱୀବି ପୃଷ୍ଠକୁ ଅବତ୍ତରଣ କରନ୍ତି, ତେବେ ହୋଇପାରେ କି, ସେମାନେ ଏଠାକାର ମୁଖ୍ୟ ଶ୍ରୋତରେ ସାମିଲ ହେବାକୁ ଚେଷ୍ଟା କରିପାରନ୍ତି । ଆଉ ଯଦି ଏପରି ହୁଏ ତାହେଲେ ମାନବ ସମାଜ ପାଇଁ ବିପଦ ସୃଷ୍ଟି ହୋଇପାରେ । ତେଣୁ ଚୀନର ଏହି ଅତ୍ୟାଧୁନିକ ଟେଲିସ୍କୋପ ଏଲିଅନକୁ ଖୋଜିବା ଏବଂ ମାନକ ସମାଜକୁ ବିପଦରୁ ରକ୍ଷା କରିବା ଦିଗରେ ସହାୟକ ହେବ ।
ତେବେ ଏହି ଫାଷ୍ଟ ଟେଲିସ୍ପୋପ୍ ଚୀନ୍ ୨୦୧୧ରେ ଆରମ୍ଭ କରିଥିଲା, ଯାହା ୨୦୧୬ରେ ଶେଷ ହୋଇଥିଲା । ଏହାପରେ ୨୦୨୦ରେ ଏହି ଟେଲିସ୍କୋପ କାମ କରିବା ଆରମ୍ଭ କଲା । ଗତବର୍ଷ ମାର୍ଚ୍ଚ ମାସରେ ଏସଇଟିଆଇର ବୈଜ୍ଞାନିକମାନେ ଏକ ରିପୋର୍ଟ ପ୍ରକାଶ କରିଥିଲେ, ଯେଉଁଥିରେ କୁହାଯାଇଥିଲା କି କିପରି ଫାଷ୍ଟ ଟେଲିସ୍କୋପକୁ ବ୍ୟବାହର କରାଯାଉଛି । ପ୍ରଥମେ ବୈଜ୍ଞାନିକମାନେ ରେଡିଓ ଫ୍ରିକ୍ୱେନ୍ସି ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ଦୂର କରି ପୃଥ୍ୱୀବିକୁ ଆସୁଥିବା ଏଲିଅନଙ୍କ ସଙ୍କେତକୁ ମହାକାଶରୁ ଚିହ୍ନଟ କରିବା ଆରମ୍ଭ କରିଥିଲେ । ଆଉ ସଫଳ ହୋଇଥିଲେ । ଆଉ ଚଳିତ ବର୍ଷ ଜୁନ୍ ମାସରେ ଏଲିଅନଙ୍କ ସିଗନାଲକୁ ସବୁଠୁ ଅଧିକ ଚିହ୍ନଟ କରାଯାଇଥିଲା ।