ଦ୍ୱିତୀୟ ଦିନରେ ଚୀନ ସେନାର ସମରାଭ୍ୟାସ: ତାଇୱାନର ସମୁଦ୍ର ଉପକୂଳରେ ମାଡ଼ କଲା ମିଜାଇଲ

147

କନକ ବ୍ୟୁରୋ: ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ ଓ ତାଇୱାନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଚୀନ୍ ଲଗାତର ତାଇୱାନକୁ ନାଲି ଆଖି ଦେଖାଇ ଆସୁଛି । ଗୁରୁବାର ଚୀନର ପିଏଲଏ ତାଇୱାନ ଦ୍ୱୀପ ଚତୁଃପାଶ୍ୱର୍ରେ ଆରମ୍ଭ କରିଥିବା ବ୍ୟାପକ ସମରାଭ୍ୟାସରେ ଦୂରଗାମୀ ରକେଟ୍ କମାଣ ଓ ସାଧାରଣ ମିଜାଇଲ ନିକ୍ଷେପ କରୁଥିବା ଜଣାପଡ଼ିଛି । ଚୀନର ସାମ୍ନା କରିବା ପାଇଁ ତାଇୱାନ ଆମେରିକା ଦ୍ୱାରା ନିର୍ମିତ ଏଫ୍-୧୬ ଫାଇଟର୍ ଜେଟ୍ ଉପରେ ନିର୍ଭରଶୀଳ । ଏସବୁ ସତ୍ୱେ ତାଇୱାନର ସମସ୍ୟା ଥମିବାର ନାଁ ନେଉନାହିଁ, କାରଣ ତାଇୱାନ ଏବେ ଫାଇଟର୍ ଜେଟ୍ ପାଇଲଟଙ୍କ ଅଭାବ ଦେଖାଦେଇଛି ।

ଚୀନର ସମରାଭ୍ୟାସକୁ ନେଇ ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଚୀନର ୬୮ ବିମାନ ଓ ୧୩ଟି ଯୁଦ୍ଧ ବିମାନ ସୀମା ଅତିକ୍ରମ କରିସାରିଛି । ପରିସ୍ଥିତି ଉପରେ ଦୃଷ୍ଟି ରଖିବା ଲାଗି ତାଇୱାନ ଲଢ଼ୁଆ ବିମାନ ଓ ଯୁଦ୍ଧପୋତ ପଠାଇବା ସହ ଭୂମି ଉପରୁ ନିକ୍ଷେପ କରାଯାଉଛି ।

ଚୀନ ତାଇୱାନର ଉତର, ଦକ୍ଷିଣ-ପଶ୍ଚିମ ଓ ପୂର୍ବରେ ଲାଇଭ୍ ଡ୍ରିଲ ଆରମ୍ଭ କରିଦେଇଛି । ଦୁଇ ଦିନ ଭିତରେ ୧୦୦ରୁ ଅଧିକ ଯୁଦ୍ଧ ବିମାନ ଓ ୧୦ରୁ ଅଧିକ ଯୁଦ୍ଧ ଜାହାଜ ଲାଇଭ୍ ଫାୟାର ମିଲିଟାରୀ ଡ୍ରିଲରେ ଭାଗ ନେଇଛନ୍ତି । ଚୀନ୍ ପାଖରେ ଅତ୍ୟାଧୁନିକ ଅସ୍ତ୍ରର ଭଣ୍ଡାର ରହିଛି । ଚୀନ୍ ପାଖରେ ଜେ-୨୦ ଫାଇଟର୍ ଜେଟ୍ ରହିଛି । ଯାହା ଘଂଟାପ୍ରତି ୨୪ଶହ ୫୦ କିଲୋମିଟର ବେଗରେ ଗତି କରିପାରିବ । ସେହିପରି ଡିଏଫ୍-୧୭ ବାଲେଷ୍ଟିକ ମିଜାଇଲ୍ ଘଂଟାପ୍ରତି ୬ହଜାର କିଲୋମିଟର ବେଗରେ ଗତି କରିବ । ତେବେ ଏହାର ଆକ୍ରମଣାତ୍ମକ ଗତି ୧୮ଶହରୁ ୨୫ଶହ କିଲୋମିଟର ରହିଛି ।

ଚୀନ୍ ପାଖରେ ଅତ୍ୟାଧୁନିକ ଅସ୍ତ୍ର
-ସାନଡଙ୍ଗ ଏୟାରକ୍ରାପ୍ଟ କ୍ୟାରିଅର ରହିଛି
-ଏକାସାଙ୍ଗରେ ୪୪ଟି ଯୁଦ୍ଧ ବିମାନ ବହନ କରିବାର କ୍ଷମତା ରହିଛି
-୫୦ଟି ଯୁଦ୍ଧ ବିମାନର ରଖିଛି କ୍ଷମତା
-ଆମ୍ଫିବିୟସ୍ ଆସଲଟ୍ ସିପ୍ ଅଛି
-୩୦ ଆଟାକ ହେଲିକପ୍ଟର ମୁତୟନ କରିପାରିବ
-ଶତ୍ରୁଙ୍କ ବିମାନ ଉପରେ ସ୍ୱୟଂଚାଳିତ ଫାଇରିଂ କ୍ଷମତା ରହିଛି
-ଟାଇପ୍- ୦୫୫ ଗାଇଡେଡ ମିସାଇଲ ଡେଷ୍ଟ୍ରୋୟର ରହିଛି
-ପ୍ରତି ମିନିଟ୍କୁ ୧୦୦୦ ରାଉଣ୍ଡ ଗୁଳି ଚାଳନା କରିବାର କ୍ଷମତା ରହିଛି
-ଚୀନ ଏହି ଯୁଦ୍ଧାସ୍ତ୍ରକୁ ସବୁଠାରୁ ଆଧୁନିକ ଓ ଶକ୍ତିଶାଳୀ ଅସ୍ତ୍ର ବୋଲି ଦାବି କରୁଛି

ଏହାରି ଭିତରେ ତାଇୱାନ, ଚୀନର ଡ୍ରୋନକୁ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ରିପୋର୍ଟ ମୁତାବକ, ପେଲୋସିଙ୍କ ଗସ୍ତକୁ ନେଇ ତୀବ୍ର ଉତେଜନା ଓ ଡ୍ରୋନ୍ ଖସାଇ ଦେବାକୁ ଉଦ୍ୟମ ଭିତରେ ବେଜିଂ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ଅନ୍ୟପକ୍ଷରେ ତାଇୱାନର ସାମରିକ ଶକ୍ତି ଓ ପ୍ରସ୍ତୁତି ସମ୍ପର୍କରେ ଡ୍ରୋନ ଗୁଡ଼ିକ ଗୁଇନ୍ଦା ସୂଚନା ଯୋଗାଡ଼ କରୁଥିବା କୁହାଯାଉଛି ।