କନକ ବ୍ୟୁରୋ : ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହର କରିବା ପରେ ଆଫଗାନ ବେଗ୍ରାମ ବିମାନବନ୍ଦରରେ ଏବେ ଚୀନ ସେନାର ଏକ ବିମାନ ଅବତରଣ କରିଛି । କେବଳ ସେତିକି ନୁହେଁ ଆମେରିକା ସେନା ପଳାଇ ଆସିବା ପରେ ସେଠାରେ ସମସ୍ତ ଲାଇଟ ବନ୍ଦ କରାଯାଇଥିଲା ହେଲେ ଏବେ ସେଠାରେ ସମସ୍ତ ଲାଇଟ ଜଳୁଥିବା କଥା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଗୋଟିଏ ସମୟରେ ବେଗ୍ରାମ ବିମାନବନ୍ଦର ପ୍ରଥମେ ଆମେରିକା ସେନା ଦଖଲରେ ଥିଲା । ସେହିଠାରୁ ସେମାନେ ଅପରେଶନ ପାଇଁ ଯୋଜନା କରୁଥିଲେ । ‘ଡେଲି ମେଲ’ ର ରିପୋର୍ଟ ମୁତାବକ ଆମେରିକା ସେନା ପ୍ରତ୍ୟାହାର ପରେ ସେଠାରେ ଏବେ ସୈନ୍ୟ ବିମାନ ପହଂଚିଥିବାର ରିପୋର୍ଟ ମିଳିଛି ।
କୁହାଯାଉଛି କି ଆମେରିକା ସେନା ପ୍ରତ୍ୟାହାର ପରେ ବେଗ୍ରାମ ଏୟାରବେସକୁ ଦଖଲ କରିବାକୁ ପ୍ରୟାସ କରିଛି ଚୀନ । ଏହି କ୍ରମରେ ବେଗ୍ରାମ ଏୟାର ବେସରେ କିଛି ସୈନ୍ୟ ବିମାନ ଉଡାଣ ଭରିବା ସହ ଲ୍ୟାଣ୍ଡିଙ୍ଗ କରୁଥିବାର ଦେଖିବାକୁ ମିଳିଛି । ଦାବି କରାଯାଇଛି କି ଏହି ବିମାନଗୁଡିକ ଚୀନ ସେନାର କାରଣ ଏଭଳି ବିମାନ ଉଡାଣର ଅନୁଭୂତି ତାଲିବାନ ପାଖରେ ନାହିଁ ।
ଏହି ଖବରକୁ ନେଇ ବିଶେଷଜ୍ଞ ୟୁନ ସୁନ୍ କହିଛନ୍ତି କି ଆମେରିକା ସେନା ପ୍ରତ୍ୟାହାର କରିବା ପରେ ବେଗ୍ରାମ ଏୟାର ବେସକୁ ଦଖଲ କରିବାକୁ ଚୀନ ଚେଷ୍ଟା କରୁଛି । ଏହି ଏୟାର ବେସଟି ଆଫାଗନିସ୍ତାନ ରାଜଧାନୀ କାବୁଲର ନିକଟବର୍ତ୍ତି ଓ ଏଠାରେ ଆମେରିକା ସେନା ୨୦ ବର୍ଷ ଧରି ଦଖଲରେ ଥିଲା ।