ସେନାକୁ ଶକ୍ତିଶାଳୀ କରୁଛି ଚୀନ । ଭାରତ ସୀମାରେ ନିର୍ମାଣ ହେଉଛି ୩୦ ଏୟାରପୋର୍ଟ । 

208

କନକ ବ୍ୟୁରୋ: ଭାରତ ସହ ସୀମା ବିବାଦ ଭିତରେ ଚୀନରୁ ଆସିଛି ବଡ ଖବର । ଭାରତ ସୀମାରେ ନିଜ ସେନାର ଗତିବିଧି ବଢାଇବା ପାଇଁ ୩୦ଟି ନୂଆ ଏୟାରପୋର୍ଟ ଗଢିବାକୁ ଯାଉଛି ଚୀନ୍ । ଚୀନର ସରକାରୀ ସମାଚାରରୁ ମିଳିଥିବା ଖବର ମୁତାବକ, ଭାରତର ପାଖ ସୀମାରେ ଥିବା ଶିନଜିୟାଙ୍ଗ୍ ଓ ତିବତ୍ତ ଅଞ୍ଚଳରେ ଏହି ଏୟାରପୋର୍ଟ ନିର୍ମାଣ ହେବ । ଏହା ଭିତରୁ କିଛି ଏୟାରପୋର୍ଟର କାମ ସରିବାକୁ ଥିବାବେଳେ ଆଉ କିଛି ଏୟାରପୋର୍ଟ ଖୁବଶୀଘ୍ର ହେବାକୁ ଯାଉଛି ।

ଏହାପୂର୍ବରୁ ଦୀର୍ଘ ଦେଢ ବର୍ଷ ଧରି ଭାରତ ଓ ଚୀନ ନିୟନ୍ତ୍ରଣ ରେଖାରେ ବିବାଦ ଉପୁଜିଛି । କାହିଁକି ନାଁ, ପିଏଲଏ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସମ୍ମାନ ଦେଉନି । କିଛି ଦିନ ତଳେ ଭାରତ-ଚୀନ ସେନା ମଧ୍ୟ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଉଭୟ ପକ୍ଷର କିଛି ସୈନ୍ୟ ପ୍ରାଣ ହରାଇଥିଲେ । ଏବେ ସୀମାରେ ଏୟାରପୋର୍ଟ ନିର୍ମାଣ ହେଲେ ଚୀନ ସୈନ୍ୟବାହିନୀର ଯୁଦ୍ଧ ବିମାନ ମଧ୍ୟ ଏଠାରେ ଯିବା ଆସିବା କରିବା ସହିତ ଭାରତ ସୀମାରେ ନଜର ରଖି ପାରିବ । ତେଣୁ ଭାରତ ଉପରେ ନିଜର ଆଖି ରଖିବା ପାଇଁ ଚୀନ ଏହି ଏୟାରପୋର୍ଟ ନିର୍ମାଣ କରୁଛି ବୋଲି ଅନୁମାନ କରାଯାଉଛି ।