କନକ ବ୍ୟୁରୋ: ଭାରତ ସହ ସୀମା ବିବାଦ ଭିତରେ ଚୀନରୁ ଆସିଛି ବଡ ଖବର । ଭାରତ ସୀମାରେ ନିଜ ସେନାର ଗତିବିଧି ବଢାଇବା ପାଇଁ ୩୦ଟି ନୂଆ ଏୟାରପୋର୍ଟ ଗଢିବାକୁ ଯାଉଛି ଚୀନ୍ । ଚୀନର ସରକାରୀ ସମାଚାରରୁ ମିଳିଥିବା ଖବର ମୁତାବକ, ଭାରତର ପାଖ ସୀମାରେ ଥିବା ଶିନଜିୟାଙ୍ଗ୍ ଓ ତିବତ୍ତ ଅଞ୍ଚଳରେ ଏହି ଏୟାରପୋର୍ଟ ନିର୍ମାଣ ହେବ । ଏହା ଭିତରୁ କିଛି ଏୟାରପୋର୍ଟର କାମ ସରିବାକୁ ଥିବାବେଳେ ଆଉ କିଛି ଏୟାରପୋର୍ଟ ଖୁବଶୀଘ୍ର ହେବାକୁ ଯାଉଛି ।
ଏହାପୂର୍ବରୁ ଦୀର୍ଘ ଦେଢ ବର୍ଷ ଧରି ଭାରତ ଓ ଚୀନ ନିୟନ୍ତ୍ରଣ ରେଖାରେ ବିବାଦ ଉପୁଜିଛି । କାହିଁକି ନାଁ, ପିଏଲଏ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସମ୍ମାନ ଦେଉନି । କିଛି ଦିନ ତଳେ ଭାରତ-ଚୀନ ସେନା ମଧ୍ୟ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଉଭୟ ପକ୍ଷର କିଛି ସୈନ୍ୟ ପ୍ରାଣ ହରାଇଥିଲେ । ଏବେ ସୀମାରେ ଏୟାରପୋର୍ଟ ନିର୍ମାଣ ହେଲେ ଚୀନ ସୈନ୍ୟବାହିନୀର ଯୁଦ୍ଧ ବିମାନ ମଧ୍ୟ ଏଠାରେ ଯିବା ଆସିବା କରିବା ସହିତ ଭାରତ ସୀମାରେ ନଜର ରଖି ପାରିବ । ତେଣୁ ଭାରତ ଉପରେ ନିଜର ଆଖି ରଖିବା ପାଇଁ ଚୀନ ଏହି ଏୟାରପୋର୍ଟ ନିର୍ମାଣ କରୁଛି ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/Chinese-Military.jpg)