ସୀମାରେ ଚୀନ କରୁଛି ଦାଦାଗିରି: ଡୋକଲାମାରେ ଗାଁ, ଅକ୍ସାଇ ଚୀନ ନିକଟରେ ଚୀନ କରୁଛି ହାଇୱେ

141

କନକ ବ୍ୟୁରୋ: ବିସ୍ତାରବାଦୀ ନୀତିକୁ ନେଇ ପୁଣି ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି ଚୀନ । ଡୋକଲାମ, ଲଦାଖ ନିକଟରେ ବେଧଡକ କରି ଚାଲିଛି ସଡକ, ପୋଲ, ମୋବାଇଲ ଟାୱାର ନିର୍ମାଣ କରୁଛି । ଏଥିସହ ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗିରହିଥିବା ବେଳେ ଚୀନ ଅକ୍ସାଇ ଚୀନରେ ଆଉ ଏକ ହାଇୱେ ନିର୍ମାଣ କରୁଛି । ସାଟେଲାଇଟ ଫଟୋରୁ ଚୀନ ସତ ଧରାପଡିବା ପରେ ଏବେ ଏନେଇ ପ୍ରତିକ୍ରିୟା ରଖିଛି ଭାରତ । ଭାରତୀୟ ବୈଦେଶିକମନ୍ତ୍ରାଳୟ କହିଛି ସୀମାରେ ଚୀନର ସବୁ ହରକତ ଉପରେ ନଜର ରହିଛି । ଆବଶ୍ୟକ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ।

ଭୁଟାନ ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ ଚେଷ୍ଟା କରୁଛି ଚୀନ । ନିକଟରେ ରିଲିଜ ହୋଇଥିବା କିଛି ନୂଆ ସାଟେଲାଇଟ ଫଟୋ ଏହାର ପ୍ରମାଣ ଦେଉଛି । ଡୋକଲାମଠୁ ୯ କିଲୋମିଟର ଦୂରରେ ଥିବା ଭୁଟାନର ଓମୋ-ଚୁ ଘାଟି ନିକଟରେ ଗାଁ ତିଆରି କରୁଛି ଚୀନ । କେବଳ ସେତିକି ନୁହେଁ ଏହି ଗାଁର ନାଁ ଚୀନ ପଂଗଣ୍ଡା ରଖିଥିବା ଜଣାପଡିଛି । ୨୦୧୯ରେ ଗାଁ ତିଆରି ଆରମ୍ଭ ହୋଇଥିଲା ଓ ଏବେ ଏହା ସମ୍ପୂର୍ଣ୍ଣଭାବେ ନିର୍ମାଣ ହୋଇଥିବା ସାଟେଲାଇଟ ଫଟୋରୁ ଜଣାପଡିଛି । ଫଟୋରେ ଦେଖିବାକୁ ମିଳିଛି କି ପଂଗଣ୍ଡା ଗାଁ ନିକଟରେ ଚୀନ ଏକ ସଡକ ମଧ୍ୟ ନିର୍ମାଣ କରିଛି । ଭୁଟାନ ଜମିକୁ କବଜା କରି ଏହାକୁ ନିର୍ମାଣ କରୁଛି ଚୀନ । ଓମୋ-ଚୁ ନଦୀ ନିକଟରେ ଏହି ରାସ୍ତା ତିଆରି କରି ଡ୍ରାଗନ ଭବିଷ୍ୟତ ପାଇଁ ରଣନୀତ ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି । ମୋ ଚୁ ଘାଟିରେ ଗାଁ, ସଡକ ନିର୍ମାଣ କରି ନିଜ ଦବଦବା ଜାହିର କରୁଛି ଚୀନ । ଅନ୍ୟପଟେ ଚୀନର ଏହି ଚାଲ ଭାରତ ପାଇଁ ସମସ୍ୟା ଆଣିବା ସମ୍ଭାବନା ରହିଛି ।

ଭାରତର ଅନ୍ୟତମ ସମ୍ବେଦନଶୀଳ ସ୍ଥାନ ମଧ୍ୟରେ ରହିଛି ସିଲିଗୁଡି କରିଡର । ଏହା ନିକଟରେ ସହଜରେ ପହଁଚିବା ପାଇଁ ଓମୋ-ଚୁ ରାସ୍ତା ଚୀନକୁ ବଡ ସହାୟତା କରିବ । ସିଲିଗୁଡି କରିଡର ବିଭି୍ନ୍ନ ଦେଶ ସହ ପୂର୍ବତର ରାଜ୍ୟଙ୍କୁ ଯୋଡିଥାଏ ।

ଘଟଣାକୁ ନେଇ ଏବେ ପ୍ରତିକ୍ରିୟା ରଖିଛି ଭାରତ । ଭାରତୀୟ ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଭାରତ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଦେଶର ସୁରକ୍ଷାପାଇଁ ଆବଶକୀୟ ସବୁ ପଦକ୍ଷେପ ଭାରତ ଗ୍ରହଣ କରିବ । ସୀମାରେ ଥିବା ଗତିରୋଧକୁ ବନ୍ଦ କରିବା ପାଇଁ ଉଚିତ ପଦକ୍ଷେପ ନେବ ଭାରତ । ସମସ୍ୟାର ଶାନ୍ତି ସମାଧାନ ଚାହେଁ ଭାରତ । ତେଣୁ ପ୍ରତି ଆଲୋଚନା ପାଇଁ ପସ୍ତୁତ ରହିଛି । କିନ୍ତୁ ଦେଶର ସୁରକ୍ଷା ନେଇ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିିତି ସୃଷ୍ଟି ହେଲେ ଭାରତର ଏହାର ଉଚିତ ଜବାବ ମଧ୍ୟ ଦେଇ ଜାଣେ ଭାରତ ।

ସେପଟେ ଚୀନ ଅକ୍ସାଇ ଚୀନରେ ଆଉ ଏକ ହାଇୱେ ନିର୍ମାଣ କରୁଛି । ଭାରତ ସୀମା ସହ ସାମାନ୍ତରଳ ଭାବେ ଏହି ହାଇୱେ ନିର୍ମାଣ କରାଯାଉଛି । ଯାହା ଚୀନର ନୂଆ ହାଇୱେ ନିର୍ମାଣ ଯୋଜନାରୁ ଦେଖିବାକୁ ମିଳିଛି । ଏହାକୁ ଜି୬୯୫ ଜାତୀୟ ରାଜପଥ ବୋଲି କୁହାଯାଉଛି ।

• ହଂକଂର ସାଉଥ ଚାଇନା ମଣ୍ଣିଂ ପୋଷ୍ଟ ରିପୋର୍ଟ ପ୍ରକାଶ
• ଅକ୍ସସାଇ ଚୀନ ନିକଟରେ ରାସ୍ତା ନିର୍ମାଣ କରୁଛି ଚୀନ
• ଏଲଏସିର ନିକଟରେ ଚାଲିଛି ଜି-୬୯୫ ରାସ୍ତା କାମ
• ୨୦୩୫ ସୁଦ୍ଧା ଚୀନ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବ
• ଚୀନ ଭାରତର ୩୮ ହଜାର ସ୍କୋୟାର କିଲୋମିଟର ଜାଗା କବଜା କରିଥିବା ଅଭିଯୋଗ

୧୯୫୦ ମସିହାରେ ଚୀନ ସେଠାରେ ଜି୨୧୯ ହାଇୱେ ନିର୍ମାଣ କରିବା ଦିନଠୁ ଭାରତ ଚୀନ ମଧ୍ୟରେ ବିବାଦ ଲାଗିରହିଛି । ଏବେ ୨ୟ ହାଇୱେ ଜି-୬୯୫ ହାଇୱେ ନିର୍ମାଣ କରି ବଡ ବିବାଦକଚ ନିମନ୍ତ୍ରଣ ଦେଉଛି ଚୀନ ।

ଯଦିଓ ଏହି ହାଇୱେର ମାନଚିତ୍ର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ତେବେ ଏହା ଅକ୍ସାଇ ଚୀନ ଅଂଚଳରେ ନିର୍ମାଣ କରାଯିବା ସ୍ପଷ୍ଟ ହୋଇଯାଇଛି । ସେପଟେ ୨୦୧୭ ମସିହାରେ ଡୋକଲାକରେ ଭାରତ ଓ ଚୀନ ସେନା ବଡ ସଂର୍ଘଷ ପରେ ଏବେ ଯେଉଁ ଗାଁ ନିର୍ମାଣ କରୁଛି ଚୀନ ଏହାକୁ ନେଇ ଆଗକୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ସମ୍ଭାବନା ବେଶ ଅଧିକ ରହିଛି ।