କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖା ପାର କରି ଭାରତ ସୀମା ଭିତରେ ଚୀନ ପ୍ରସ୍ତୁତ କରିଛି ଗାଁ ।.. ଅରୁଣାଚଳ ପ୍ରଦେଶ ସୀମାର ୬ କିଲୋମିଟର ଏରିଆ ଭିତରେ ଚୀନର ଏନକ୍ଲେଭ ଦେଖିବାକୁ ମିଳିଛି । ଏହି ସାଟେଲାଇଟ୍ ଇମେଜକୁ ଦେଖିବା ପରେ ଚୀନର ମନମାନି ଜଣାପଡିଛି । ମାତ୍ର ୨ ବର୍ଷ ଭିତରେ ଭାରତ ସୀମାରେ ପ୍ରବେଶ କରି ଭିତିଭୂମି ସ୍ଥାପନ କରିଛି ଡ୍ରାଗନ । ଭାରତ ସୀମା ଭିତରେ ଜବରଦଖଲ କରି ନିଜ ଚୀନ ନିଜ ସାମ୍ରାଜ୍ୟ ବିସ୍ତାର କରୁଥିବା ଏହି ସାଟେଲାଇଟ୍ ଇମେଜ୍ରୁ ସ୍ପଷ୍ଟ ଜଣା ପଡୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅରୁଣାଚଳ ପ୍ରଦେଶରୁ ନେଇ ଲଦାଖ ଯାଏଁ ଚୀନର ଭାରତ ସହିତ ରହିଛି ସୀମା ବିବାଦ । ଅରୁଣାଚଳ ପ୍ରଦେଶର ଅନେକ ଅଂଚଳରେ ଯେଉଁ ଅଂଚଳକୁ ବିବାଦୀୟ ବୋଲି କୁହାଯାଇଥାଏ ତାହା ମଧ୍ୟରେ ରହିଛି ଲଦାଖ, ନେପାଳ, ଭୁଟାନ, ଅରୁଣାଚଳ ପ୍ରଦେଶ । ସେହି ସ୍ଥାନରେ ଚୀନ ଗାଁ ନିର୍ମାଣ କରିଥିବା ସ୍ପଷ୍ଟ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଦେଖିବାକୁ ମିଳିଛି ଏହିସବୁ ସାଟେଲାଇଟ୍ ଇମେଜ୍ । ଏଥିରେ ଭାରତ ସୀମା ଭିତରେ ଚୀନ ଭିତିଭୂମି ସ୍ଥାପନ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।
ଲାଇନ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଖାସକରି ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଚୀନ ତାର ମନମାନି ଚଳାଇ ଆସୁଛି । ଆଉ ସୀମାରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଛି । ହେଲେ ଭାରତ ସରକାର କହୁଛନ୍ତି ଚୀନ ସହ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଦେଶ । ତେବେ ପ୍ରକୃତ ନିୟନ୍ତ୍ରଣ ରେଖା ଡେଇଁ ଭାରତ ସୀମା ଭିତରକୁ ଯେପରି ମାଡି ଆସୁଛି ଡ୍ରାଗନ୍ ତାହା ନିଶ୍ଚିତ ରୂପେ ଚିନ୍ତାର ବିଷୟ ।