ପଦାରେ ପଡିଲା ଚୀନର ମିଛ : ବାୟୁସେନା ଆକ୍ରମଣର ମିଛ ଭିଡିଓ ଜାରି କଲା ଚୀନ : ପ୍ରଶାନ୍ତ ମହାସାଗରରେ ଆମେରିକୀୟ ସୈନ୍ୟ ଆଡ୍ଡାରେ ଆକ୍ରମଣ ଦାବି  

୨ମିନିଟ୍ ୧୫ସେକେଣ୍ଡର ଏହି ଭିଡିଓରେ ରହିଛି ହଲିଉଡ ଫିଲ୍ମର ଦୃଶ୍ୟ

294
କନକ ବ୍ୟୁରୋ : ପଦାରେ ପଡିଲା ଚୀନର ମିଛ । ଆମେରିକା ସହିତ ବିବାଦ ମଧ୍ୟରେ ଧରାପଡିଛି ଚୀନର ମିଛ । ପ୍ରଶାନ୍ତ ମହାସାଗରେ ଆମେରିକୀୟ ସୈନ୍ୟ ଅଡ୍ଡାରେ ଆକ୍ରମଣର ମିଛ ଭିଡିଓ ଜାରି କରିଛି ଚୀନ୍ ବାୟୁସେନ । ୨ମିିନିଟ ୧୫ସେକେଣ୍ଡର ଏହି ଭିଡିଓରେ ହଲିଉଡ ଫିଲ୍ମର ଦୃଶ୍ୟ ରହିଥିବା ଜଣାପଡିଛି । ଚୀନ୍ ବାୟୁସେନା ପକ୍ଷରୁ ଜାରି କରାଯାଇଥିବା ଏହି ଭିଡିଓରେ ପ୍ରଶାନ୍ତ ମହାସାଗରରେ ଗୁଆମ ଦ୍ୱୀପ ସ୍ଥିତି ଆମେରିକୀୟ ସୈନ୍ୟ ଅଡ୍ଡାରେ ଆକ୍ରମଣ କରାଯାଇଥିବା କୁହାଯାଇଛି । ଏବଂ ଏନେଇ ଏହି ଭିଡିଓ ଜାରି କରିଥିଲା ଚୀନ୍ ବାୟୁସେନା ।

ଏହି ଭିଡିଓରେ ଏଚ୍ ସିକ୍ସ ପରମାଣୁ ବମ୍ବରର ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ ହଲିଉଡ ଫିଲ୍ମ ‘ଟ୍ରାନ୍ସଫର୍ମର୍ସ’ ଓ ‘ଦ ରକ୍’ର ଦୃଶ୍ୟକୁ ସ୍ଥାନ ଦିଆଯାଇ ଅପଲୋଡ କରାଯାଇଛି । ୪୭ଲକ୍ଷ ଦର୍ଶକ ଏହି ଭିଡିଓକୁ ଦେଖିଛନ୍ତି ।
ଏଚ୍ ସିକ୍ସ ବମ୍ବର ଏକ ମରୁଭୂମିରୁ ଉଡାଉ ଭରିବା ପରେ ଦେଖିବାକୁ ମିଳିଛି ଯେ ପାଇଲଟ ଆକାଶରେ ଏକ ବଟନକୁ ଦବାଇବା ପରେ ସମୁଦ୍ର ତଟରେ ଏକ ରନୱେରେ ମିଜାଇଲ ଆକ୍ରମଣ ହେଉଛି । ତେବେ ଏହି ଭିଡିଓଟି ମିଛ ଭିଡିଓ ବୋଲି ଜଣାପଡିଛି ।