ଚୀନର ଚମତ୍କାର, ବିନା ତେଲ ବିନା ବିଜୁଳିରେ ଚଳାଇଲା ପ୍ରଥମ ଟ୍ରେନ୍

27,533

କନକ ବ୍ୟୁରୋ : ସାଧାରଣ ଭାବେ ଟ୍ରେନ ଚାଲିବା ପାଇଁ ବିଜୁଳି କିମ୍ବା ତୈଳର ଆବଶ୍ୟକତା ପଡିଥାଏ । ହେଲେ ପ୍ରଥମଥର ପାଇଁ ଚୀନ ଏମିତି ଏକ ଟ୍ରେନ ବିକଶିତ କରିଛି ଯାହା ଚାଲିବା ପାଇଁ ନା ଆବଶ୍ୟକ ପଡୁଛି ତେଲ ନା ଆବଶ୍ୟକ ପଡୁଛି ବିଜୁଳି ଶକ୍ତି । କେବଳ ସେତିକି ନୁହେଁ ବିନା ତେଲ ଓ ବିନା ବିଜୁଳିରେ ଏହି ଟ୍ରେନ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଦୌଡିବା ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।

ବିଶ୍ୱର ସର୍ବବୃହତ ରେଳ ନିର୍ମାତା କମ୍ପାନୀ ଚୀନ ଏବେ ବିନା ତେଲ ଓ ବିନା ବିଜୁଳିରେ ଚାଲିପାରୁଥିବା ଟ୍ରେନ ଟ୍ରାକରେ ଗଡାଇଛି । ଏହି ଟ୍ରେନ ହାଇଡ୍ରୋଜେନ ଫୁଏଲ ବ୍ୟାଟେରୀରେ ଚାଲୁଛି । ଫଳରେ ଏହାକୁ କାର୍ବନ ବିଷର୍ଜନ ଶୂନ୍ୟ ରହିଛି । ସବୁଠାରୁ ବଡକଥା କି ଏହା ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ । ଏହାର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିଛି ।

ଏହି ଟ୍ରେନକୁ ଚୀନ ସରକାରଙ୍କ କମ୍ପାନୀ ମୋନେଲିଥ ସିଆରଆରସି ଓ ଚେଗଦୁ ରେଲ ଟ୍ରାନଜିଟ୍ ମିଳିତ ଭାବେ ବିକଶିତ କରିଛନ୍ତି । ଏହା ଚୀନରେ ପ୍ରଥମ ଥର ଚାଲିଥିବା ହାଇଡ୍ରୋଜେନ ଚାଳିତ ଯାତ୍ରୀବାହୀ ଟ୍ରେନ । ଏହା ଗୋଟିଏ ଥର ଚାର୍ଜ ହେଲେ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରୁଛି । ଏହା ଚାଲିବା ବେଳେ ପ୍ରଦୂର୍ଷଣ ସ୍ଥାନରେ ପାଣି ବାହାରୁଛି । ଏହି ଟ୍ରେନ ୫ଜି ଟେକ୍ନୋଲୋଜୀ, ଅଟୋମେଟିକ୍ ବ୍ରେକଅଫ ଓ ବିନା ଚାଳକରେ ଚାଲିପାରୁଛି ।

ସେପଟେ ଜର୍ମାନ ବି ପଛରେ ପଡିନାହିଁ । ହାଇଡ୍ରୋଜେନ ଦ୍ୱାରା ଚାଳିତ ଟ୍ରେନ ବିକଶିତ କରିବାରେ ଜର୍ମାନ ଆଗରେ ରହିଛି । ଗତବର୍ଷ ଜର୍ମାନୀ ମଧ୍ୟ ୧୪ଟି ହାଇଡ୍ରୋଜେନ ଚାଳିତ ଟ୍ରେନ ବିକଶିତ କରିଛି । ହେଲେ ଏହାର ଘଣ୍ଟାପ୍ରତି ବେଗ ମାତ୍ର ୨୦ କିଲୋମିଟର ରହିଛି । ହେଲେ ଥରେ ହାଇଡ୍ରୋଜେନ ଫୁଲ ହେଲେ ଏହି ଟ୍ରେନ ୧ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିପାରୁଛି ।