ଚୀନରେ ଭୟଙ୍କର ଭୂସ୍ଖଳନ । ମାଟିତଳେ ଅନେକ ଜୀବନ, ୨ ମୃତଦେହ ଉଦ୍ଧାର

115

କନକ ବ୍ୟୁରୋ : ଚୀନର ୟୁନାନ ଅଞ୍ଚଳରେ ସୋମବାର ସକାଳେ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଂକା ରହିଛି । ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମାଟିତଳୁ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪୭ ରୁ ଅଧିକ ଲୋକ ମାଟିତଳେ ପୋତି ହୋଇ ରହିଛନ୍ତି ।

ସଦ୍ୟ ସୂଚନା ମୁତାବକ ଭୂସ୍ଖଳନ ଫଳରେ ୧୩ଟି ଘର ମାଟିତଳେ ପୋତି ହୋଇଯାଇଛି । ଚୀନ ମିଡିଆର ସିସିଟିଭି ଫୁଟେଜ ମୁତାବକ ୨୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଛି ସେଠାରେ ଏବେ ପାଗ ଖରାପ ରହିଛି । ସେଠିକାର ତାପମାତ୍ରା ମାଇନଓ ୪ ଡିଗ୍ରୀ ସେଲସିୟସ ରହିଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା କୁହାଯାଉଛି ।

ଚୀନର ସିଓନରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନ ଫଳରେ ୨୦୨୩ ମସିହାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଏବେର ଭୂସ୍ଖଳନ କାରଣରୁ ହଜାର ହଜାର ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଛନ୍ତି ।