ଚୀନକୁ ଆଉ ଏକ ଝଟକା… ମାତ୍ର ଏକ ମିନିଟରେ ଫାଟିଲା ମହାକାଶକୁ ପଠାଯାଉଥିଲା ରକେଟ୍ । ନଷ୍ଟ ହେଲା ୨ ସାଟେଲାଇଟ୍

ମହାକାଶକୁ ପଠାଯାଉଥିବା ଏକ ରକେଟ୍ ସ୍ଥଳଭାଗ ଛାଡିବାର ଏକ ମିନିଟ୍ ମଧ୍ୟରେ ଧ୍ୱଂସ...

2,089

କନକ ବ୍ୟୁରୋ: ଚୀନକୁ ଗୋଟିଏ ପରେ ଗୋଟିଏ ବଡ ଝଟକା ଲାଗୁଛି । ସୀମାରେ ଭାରତ ସହ ତିକ୍ତତା ପରେ ୫୯ଟି ଆପ ଉପରେ ଲାଗିଲା ପ୍ରତିବନ୍ଧକ । ଟିକଟକ୍ ବି ଏବେ ଚୀନ ଠାରୁ ଅଲଗା ହେବାକୁ ଚାହୁଁଛି । ଏହାରି ମଧ୍ୟରେ ଚୀନକୁ ଆଉ ଏକ ବଡ ଝଟକା ଲାଗିଛି । ମହାକାଶକୁ ପଠାଯାଉଥିବା ଏକ ରକେଟ୍ ସ୍ଥଳଭାଗ ଛାଡିବାର ଏକ ମିନିଟ୍ ମଧ୍ୟରେ ଧ୍ୱଂସ ହେଇଯାଇଛି । ଯାହା ଫଳରେ କୋଟି କୋଟି ଟଙ୍କାର କ୍ଷତି ସହିଛି ବେଜିଂ ।
ଗତ ଗୁରୁବାର ରାତିରେ ଉତ୍ତର ପଶ୍ଚିମ ଚୀନର ଜିଉକୁଆ ସାଟେଲାଇଟ୍ ସେଂଟରରୁ କ-ଜେଡ୍-୧୧ ରକେଟକୁ ଲଞ୍ଚ କରାଯାଇଥିଲା । ଯେଉଁଥିଲେ ଦୁଇଟି ସାଟେଲାଇଟେ ଥିଲା । ଗୋଟିଏ ସାଟେଲାଇଟ୍ ଭିଡିଓ ସେୟାରିଂ ସାଇଟ୍ ବିଲିବିଲି ପାଇଁ ତିଆରି କରାଯାଇଥିଲା ଆଉ ଦ୍ୱିତୀୟଟି ନାଭିଗେସନ୍ ପାଇଁ ବନାଯାଇଥିଲା । ତେବେ ରକେଟ୍ ଲଞ୍ଚ ହେବାର ମାତ୍ର ଏକ ମିନିଟ୍ ମଧ୍ୟରେ ଧ୍ୱଂସ ହୋଇଯାଇଛି । ଯାହା ଫଳରେ ରକେଟ୍ ମଧ୍ୟରେ ମହାକାଶକୁ ପଠାଯାଉଥିବା ଦୁଇଟି ସାଟେଲାଇଟ୍ ମଧ୍ୟ ନଷ୍ଟ ହୋଇଯାଇଛି ।
୨୦୧୮ରୁ ଆରମ୍ଭ ହୋଇଥିବା କେ-ଜେଡ-୧୧ ପ୍ରୋଜେକ୍ଟ ୨୦୧୯ରେ ପ୍ରଥମ ଥର ପାଇଁ ପରୀକ୍ଷା ହୋଇଥିଲା । କିନ୍ତୁ ଏହି ପରୀକ୍ଷଣ ସମ୍ପୁର୍ଣ୍ଣ ରୂପେ ବିଫଳ ହୋଇଥିଲା । କେବଳ ୨୦୧୯ରେ ନୁହେଁ, ପ୍ରାୟ ୧୯ ଥର କେ-ଜେଡ୍-୧୧ର ପରୀକ୍ଷା ସରିଛି । ଆଉ ଏଥର ଭଳି ସବୁଥର ଚୀନକୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି ।
ଚଳିତ ବର୍ଷ ଲଞ୍ଚ କରାଯାଇଥିବା ଚୀନର ତିନୋଟି ରକେଟ୍ ଫେଲ ମାରିଛି । ମେ ମାସରେ ପ୍ରଥମ ରକେଟ୍ ଫେଲ ମାରିଥିଲା ଯାହାର ନାଁ ଥିଲା ମାର୍ଚ୍ଚ-୭-ଏ, ଆଉ ଦ୍ୱିତୀୟଟି ଥିଲା ଲଗ୍ନ-ମାର୍ଚ୍ଚ-୩-ବି ।
ତେବେ ଗୁରୁବାର ଲଞ୍ଚ କରାଯାଇଥିବା ରକେଟ୍ କେ-ଜେଡ୍-୧୧ ଧ୍ୱଂସ ହେବା ପରେ ଘଟଣାର ଯାଞ୍ଚ ପାଇଁ ଚୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯହାଦ୍ୱାରା ଜଣାପଡିବ କେଉଁଠି ଭୁଲ ରହିଲା ଏବଂ କାହିଁକି ରକେଟ୍ ଧ୍ୱଂସ ହେଲା