ଚୀନ କମ୍ୟୁନିଷ୍ଟ ପାର୍ଟିରେ ସାମିଲ ହୋଇପାରନ୍ତି ଜ୍ୟାକି ଚାନ୍ । ସିପିସିକୁ ନେଇ କହିଲେ ଏମିତି କଥା

183

କନକ ବ୍ୟୁରୋ : ପ୍ରଖ୍ୟାତ ହଲିଉଡ କଳାକାର ଜ୍ୟାକି ଚାନ ଚୀନ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇ ପାରନ୍ତି । ଜ୍ୟାକି ଚାନ୍ ପ୍ରଥମରୁ ହଙ୍ଗକଙ୍ଗରେ ଚୀନର ଦମନକାରୀ ନିତୀକୁ ସମର୍ଥନ କରିଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟାକି ଦେଇଥିବା ବୟାନରୁ ଅନୁମାନ କରାଯାଉଛି କି ସେ ଚୀନ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେବାକୁ ଇଚ୍ଛା କରିଛନ୍ତି ।

ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ହଲିଉଡ ଇଷ୍ଣଷ୍ଟ୍ରୀ ସହିତ ଜଡିତ କିଛି କଳାକାର ସାମିଲ ହୋଇଥିଲେ । ଚୀନ କମ୍ୟୁନିଷ୍ଟ ପାର୍ଟିର ସ୍ଥାପନା ଦିବସରେ ରାଷ୍ଟ୍ରପତି ଜିନ ପିଙ୍ଗ ଦେଇଥିବା ବୟାନ ଉପରେ ବିଚାର ରଖିଥିଲେ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ମୁତାବକ ଚୀନ ସିନେମା ଇଣ୍ଡଷ୍ଟ୍ରୀର ଉପସଭାପତି ଜ୍ୟାକି ଚାନ୍ କମ୍ୟୁନିଷ୍ଟ ପାର୍ଟିରେ ସାମିଲ ହେବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଜ୍ୟାକି ଚାନ୍ କହିଛନ୍ତି କି ମୁଁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ମହାନତା ଦେଖିପାରୁଛି । ପାର୍ଟି ଯାହା କହେ ତାହା କରେ ବୋଲି ସେ ଅନୁଭବ କରୁଥିବା କଥା କହିଛନ୍ତି । ଏହାସହ ସେ ଖୋଲା ଖୋଲି ସିପିସିର ସଦସ୍ୟତା ନେବାକୁ କହିଛନ୍ତି ।

ଅନ୍ୟପଟେ ଜ୍ୟାକି ଚାନ ଅନେକ ବର୍ଷ ହେବ ସିପିସିର ଜଣେ ସମର୍ଥକ ରହିଛନ୍ତି । ଏହାସହ ପାର୍ଟି ଦ୍ୱାରା ନାମିତ କରାଯାଇଥିବା ଉପଦେଷ୍ଟା ସଂସ୍ଥା ‘ଚାଇନିଜ ପଲଟିକାଲ କସଂଲେଟିଭି କନଫ୍ରେଂଶ’ ର ସଦସ୍ୟ ଭାବେ ବି ସେ ପୂର୍ବରୁ କାମ କରିଛନ୍ତି । ମାର୍ସାଲ ଆର୍ଟରେ ନିପୁଣ ଏହି କଳାକାର ୨୦୧୯ ରେ ହଙ୍ଗକଙ୍ଗ ଠାରେ ଲୋକତନ୍ତ୍ର ସମର୍ଥକ ମାନଙ୍କ ଦ୍ୱାରା ସରକାରଙ୍କ ବିରୋଧ କରାଯିବା ଘଟଣାରେ ସେ ବିରୋଧୀ ମାନଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ତାଙ୍କୁ ଚାରିଆଡୁ ସମାଲୋଚିତ ହେବାକୁ ପଡିଥିଲା ।