ସଚେତନ କରାଉଛି ଡ୍ରୋନ୍ : ଚୀନ୍ ରେ ମାସ୍କ୍ ପିନ୍ଧିନଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଧରୁଛି ଡ୍ରୋନ୍ , ମାସ୍କ୍ ପିନ୍ଧି ଘରୁ ବାହାରିବା ପାଇଁ ଲୋକଙ୍କୁ କରୁଛି ନେହୁରା ।

129

ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସକୁ ନେଇ ସମଗ୍ର ଭାରତରେ କୋକୁଆ ଭୟ ଖେଳିଯାଇଛି । କରୋନା ଭାଇଲସ ସହିତ ଲଢିବା ପାଇଁ ବୈଜ୍ଞାନିକମାନେ ମଧ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଚୀନ ଛଡା ବିଶ୍ୱର ୨୬ଟି ଦେଶରେ ଏହି ଭୂତାଣୁରେ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । କେବଳ ଚୀନରେ ୧୪ ହାଜର ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୯୦ କୁ ଛୁଇଁଲାଣି ।

 

ଏହାରି ମଧ୍ୟରେ ଚୀନର ଡ୍ରୋନ ଲୋକଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତ କରାଯାଇଛି । ଖାସ କରି ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କ ଉପରେ ନଜର ରଖୁଛି ଡ୍ରୋନ୍ । ଗ୍ରାମୀଣ ଅଞ୍ଚଳରେ ଡ୍ରୋନମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଜେନିଫର ଜୈଙ୍ଗ ଶେୟାର କରିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି , ମିଉୟାଙ୍ଗର ଟ୍ରାଫିକ ପୋଲିସ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଡ୍ରୋନ ଜରିଆରେ ସଚେତନ କରାଉଛି । କେବଳ ସେତିକି ନୁହେଁ ଏହି ଡ୍ରୋନ ଗ୍ରାମୀଣ ଅଞ୍ଚଳରେ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛି । ଆଉ ଏକ ଭିଡିଓରେ ଡ୍ରୋନ ଜଣେ ବୃଦ୍ଧ ମହିଳାଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନ କରାଉଛି । ଆଉ କହୁଛି , ହଁ ଆଣ୍ଟି ଡ୍ରୋନ ଆପଣଙ୍କ ସହିତ କଥା ହେଉଛି । ଆପଣଙ୍କୁ ବିନା ମାସ୍କରେ ବାହାରକୁ ବାହାରିବା ଅନୁଚିତ୍ ।

ଲୋକଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଏଭଳି ବିଭିନ୍ନ ପଦ୍ଧତିମାନ ଅବଲମ୍ବନ କରାଯାଉଛି । ସେହିପରି ଭାରତରେ କେବଳ କେରଳରୁ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତରେ ତୃତୀୟ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ କେରଳରେ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରାଯାଇଛି । କେରଳରୁ ତୃତୀୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ, ଆକ୍ରାନ୍ତ ଜଣକ ନିକଟରେ ଚୀନର ଉହାନରୁ ଫେରିଥିବା ଜଣେ ଛାତ୍ର ବୋଲି ସୂଚନା ମିଳିଛି ।