ଚୀନ୍ କରୁଛି ଆଉ ଏକ ଷଡଯନ୍ତ୍ର : ଭାରତୀୟ ସେନାଙ୍କୁ ଉସୁକାଇବାକୁ କରୁଛି ନୂଆ ଚାଲ୍ ; ସୀମାରେ ଗୀତ ବଜାଇ ଯବାନଙ୍କୁ ମାନସିକ ଚାପ ଦେଉଛି ଚୀନ୍ 

476

କନକ ବ୍ୟୁରୋ : ଲଦାଖ ସୀମାରେ ଭାରତୀୟ ସେନା ଠାରୁ ବାରମ୍ୱାର ମାତ୍ ଖାଇବା ପରେ ବି କିଛି ଶିଖୁନି ଚୀନ୍ । ଏବେ ଭାରତୀୟ ସେନାଙ୍କୁ ଉସୁକାଇବାକୁ ନୂଆ ଚାଲ୍ ଚଲାଇଛି ଚୀନ୍ । ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଉତେଜନାପୁର୍ଣ୍ଣ ସ୍ଥିତି ଲାଗି ରହିଛି । ଏହି ଅବସରରେ ପ୍ରତିଦିନ ଭାରତ ବିରୋଧରେ ନୂଆ ନୂଆ ଷଡଯନ୍ତ୍ର ରଚୁଛି ଚୀନ୍ ।

ଭାରତୀୟ ସେନାରେ ଶୀଖ୍ ଯବାନ ନିୟୋଜିତ ଥିବା ଫିଙ୍ଗର-୪ ଅଂଚଳରେ ମାଇକ୍ ଲଗାଇ ପଂଜୀବୀ ଗୀତ ବଜାଉଛନ୍ତି ଚୀନ ସେନା । ଏଲଏସିର ଚୀନ୍ ପାଶ୍ୱର୍ରେ ଥିବା ଅଂଶରେ ଏବେ ଏପରି କରୁଛନ୍ତି ଚୀନ୍ ସେନା । କେବଳ ପଂଜାବୀ ଗୀତ ନୁହଁ , ହିନ୍ଦୀ ଓ ଅନ୍ୟ ଭାରତୀୟ ଭାଷାରେ ବି ଗୀତ ବଜାଉଛନ୍ତି ଚୀନ୍ ସେନା । ଏହି ଅଂଚଳରେ ଭାରତୀୟ ସେନା ୨୪ ଘଂଟିଆ କଡ଼ା ପହରା ଦେଉଛନ୍ତି । ଚୀନ ପକ୍ଷରୁ ହେଉଥିବା ସବୁ ଯୋଜନାକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ଯବାନ ।  ସେନା ପୂର୍ବ ଅଧିକାରୀଙ୍କ ମୁତାବିକ ଏହା କୌଣସି ନୂଆ କଥା ନୁହେଁ ।

୧୯୬୨ର ଯୁଦ୍ଧ ସମୟରେ ମଧ୍ୟ ଚୀନ ଏହି ରଣନୀତି ଆପଣେଇଥିଲା । ଚୀନ ସେନା ଭାରତୀୟ ଯବାନଙ୍କ ଉପରେ ମାନସିକ ସ୍ତରରେ ଚାପ ପକାଇବା ପାଇଁ ଏଭଳି ଗୀତ ବଜାଉଥିବା କୁହାଯାଉଛି । ଭାରତୀୟ ଜବାନ ବର୍ତ୍ତମାନ ଲଦାଖ ସୀମାନ୍ତ ଏଲଏସିର ଗୁରୁତ୍ୱପୂର୍ଣ୍ଣ ଘାଟି ଗୁଡିକର ଶୀର୍ଷ ସ୍ଥାନ କବଜା କରିନେଲାଣି । ଆଗକୁ ଶୀତ ଆସୁଛି । ଏହା ପୂର୍ବରୁ ଭାରତୀୟ ସେନାକୁ ମାନସିକ ସ୍ତରରେ ଦୁର୍ବଳ କରି ଏହାର ଫାଇଦା ନେବାକୁ ଡ୍ରାଗନ୍ ସେନା ଏପରି ରଣନୀତି କରୁଥିବା ଆଶଙ୍କା ପ୍ରକାଶ ପାଇଛି । ଚୀନ୍ ସେନାର ସବୁ ଷଡଯନ୍ତ୍ରର କଡା ଜବାବ ଦେବାକୁ ସଜାଗ ରହିଛି ଭାରତୀୟ ସେନା ।