ବନ୍ଦେ ଭାରତରୁ ଚୀନ ବାଦ୍ : ସୀମା ବିବାଦ ପରେ ୪୪ ବନ୍ଦେ ଭାରତ ଏକ୍ସପ୍ରେସର ଚୁକ୍ତି ବାତିଲ କଲା ଭାରତୀୟ ରେଳବାଇ; ପୁଣି ଥରେ ଆସିବ ନୂଆ ଟେଣ୍ଡର

328

କନକ ବୁରୋ : ଚୀନ କୁ ପୁଣି ଥରେ ଝଟକା । ଏହି ଝଟକା ଦେଇଛି ଭାରତୀୟ ରେଳବାଇ । ବନ୍ଦେ ଭାରତ ମିଶନରୁ ବାଦ୍ ପଡିଲା ଚୀନ । ସୀମା ବିବାଦ କାରଣରୁ ନେଇ ଭାରତୀୟ ରେଳବାଇ ଏଥର ଉଠାଇଛି ବଡ ପଦ କ୍ଷେପ । ଚୀନ୍ ସହିତ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ହୋଇଥିବା ଚୁକ୍ତିକୁ ବାତିଲ କରିଛି ଭାରତୀୟ ରେଳବାଇ । ଏନେଇ ରେଳବାଇ ଟୁଇଟ୍ ଜରିଆରେ ସୂଚନା ଦେଇଛି । ଏବେ ବନ୍ଦେ ଭାରତ ମିଶନର ଏହି ୪୪ ନୂଆ ରେଳ ପାଇଁ ପୁଣି ଥରେ ଆସିବ ନୂଆ ଟେଣ୍ଡର । ଭାରତୀୟ ରେଳବାଇ ଇଂଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି, ଯାହାକି ଚେନ୍ନାଇରେ ରହିଛି ଗତ ଜୁଲାଇ ୧୦ ତାରିଖରେ ୪୪ଟି ହାଇସ୍ପିଡ୍ ରେଳ ନିର୍ମାଣ ପାଇଁ ଚୀନ ସହିତ ଚୁକ୍ତି କରିଥିଲା । ଏହି ଟେଣ୍ଡର ପାଇଁ ଭାରତ ୬ଟି ରେଳ କମ୍ପାନୀ ଠାରୁ ଆବେଦନ ପାଇଥିଲା ।

ତେବେ ଚୁକ୍ତି ହୋଇଥିଲା ଚୀନ ସହିତ । ଯାହାକୁ ଏବେ ଛିନ୍ନ କରିଦିଆଯାଇଛି । ଭାରତରେ ରେଳବାଇରେ ସଂସ୍କାର ପାଇଁ ଆସିଥିଲା ବନ୍ଦେ ଭାରତ । ଏବେ ଏହି କାମ ଆଗକୁ ବଢାଇବା ପାଇଁ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ପୁଣି ଥରେ ନୂଆ ଚୁକ୍ତି ହେବ ବୋଲି ଜଣାପଡିଛି ।