ଏଲଏସିରେ ଚୀନ କରୁଛି ଚକ୍ରାନ୍ତ। ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଟ୍ରେନ ଗଡାଇବା ପାଇଁ କରୁଛି ଯୋଜନା।

ଏଲଏସିରେ ଚୀନ କରୁଛି ଚକ୍ରାନ୍ତ। ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଟ୍ରେନ ଗଡାଇବା ପାଇଁ କରୁଛି ଯୋଜନା।

କନକ ବ୍ୟୁରୋ: ଭାରତ-ଚୀନ୍ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଚୀନର ଆଉ ଏକ ଚାଲାକି ସାମ୍ନାକୁ ଆସିଛି । ଲାଇନ ଅଫ ଆକଚୁଏଲ କଣ୍ଟ୍ରୋଲ ନିକଟରେ ଚୀନ୍ ରେଳ ଲାଇନ ନିର୍ମାଣ କରିବାକୁ ଯୋଜନା କରୁଛି । କେବଳ ଏତିକି ନୁହେଁ ବିବାଦୀୟ ଅକସାଇ ଚୀନ୍ ଦେଇ ରେଳ ଚଳାଇବାକୁ ପ୍ରସ୍ତୁତ ହେଉଛି ବେଜିଂ । ତିବତ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ନୂଆ ରେଳବାଇ ଯୋଜନା ଦ୍ୱାରା ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ନୂଆ ରେଳ ଲାଇନ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସି ଓ ବିବାଦୀୟ ଅକସାଇ ଚୀନ୍ ଦେଇ ନିର୍ମାଣ ହେବ ।

୨୦୨୫ରୁ ୨୦୩୫ ଭିତରେ ଏହି କାମକୁ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖିଛି ଚୀନ୍ । ଭାରତ-ଚୀନ୍ ସୀମାରେ ଚୀନ୍ ଦ୍ୱାରା କୌଣସି ନିର୍ମାଣ କାର୍ଯ୍ୟ ଉଭୟ ଭାରତ ଓ ତିବତ ପାଇଁ ଚିନ୍ତାର ବିଷୟ । ଜାନୁୟାରୀ ୧୨ତାରିଖରେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଥିଲେ ଯେ, ଏଲଏସିରେ ଚୀନ୍ ସୈନିକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଏହାରି ଭିତରେ ଚୀନ୍ ଏହି ରେଳ ଲାଇନ ନିର୍ମାଣ କରିବା ଖବର ସାମ୍ନାକୁ ଆସିଛି । ଭାରତ ଓ ଚୀନ୍ ମଧ୍ୟରେ ୩ ହଜାର ୪୮୮ କିଲୋମିଟର ଲମ୍ବା ସୀମାରେଖା ରହିଛି । ଏହାକୁ ମୋଟିମୋଟି ୩ ଭାଗରେ ବିଭକ୍ତ କରାଯାଇଛି । ୱେଷ୍ଟର୍ଣ୍ଣ ସେକ୍ଟର, ମିଡିଲ ସେକ୍ଟର ଏବଂ ଇଷ୍ଟର୍ଣ୍ଣ ସେକ୍ଟର । ଲଦାଖକୁ ଲାଗିି ରହିଥିବା ସୀମାରେଖା ୱେଷ୍ଟର୍ଣ୍ଣ ସେକ୍ଟର । ମିଡିଲ ସେକ୍ଟର ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡକୁ ଲାଗି ରହିଛି । ସେହିପରି ସିକିମ ଏବଂ ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ସୀମାରେଖା ହେଉଛି ଇଷ୍ଟର୍ଣ୍ଣ ସେକ୍ଟର । ତେବେ ପୂର୍ବରୁ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନର ବିଭିନ୍ନ ନିର୍ମାଣ କାମକୁ ନେଇ ଭାରତ ଆପତି ଉଠାଇଥିଲା । ଏବେ ପୁଣି ଥରେ ଭାରତ-ଚୀନ୍ ସୀମା ନିକଟରେ ରେଳ ଲାଇନ ନିର୍ମାଣ କରିବାକୁ ଯୋଜନା କରୁଛି ଚୀନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe