ସାଟେଲାଇଟ ଚିତ୍ର ଧରାଇଦେଲା ଚୀନର ନୂଆ ଚାଲ: ସିକ୍କିମ ସୀମାଠୁ ମାତ୍ର ୧୫୦ କିଲୋମିଟର୍ ଦୂରରେ ଚୀନ ତିଆରି କରୁଛି ଏୟାରବେସ, ମୁତୟନ କରିଛି ଶକ୍ତିଶାଳୀ ଫାଇଟର ଜେଟ୍

437

କନକ ବ୍ୟୁରୋ: ସାଟେଲାଇଟ ଚିତ୍ର ଧରାଇଦେଲା ଚୀନର ନୂଆ ଚାଲ । ଭାରତ ସୀମାରେ ଚୀନ ପୁଣି ରଚୁଛି ନୂଆ ରଣନୀତି । ନିକଟରେ ଜାରି ହୋଇଥିବା ସାଟେଲାଇଟ୍ ଚିତ୍ରରେ ଚୀନ ସିକ୍କିମ୍ ସୀମାକୁ ଲାଗି ଏହାର ଆକାଶମାର୍ଗରେ ଶକ୍ତି ବୃଦ୍ଧି କରୁଥିବା ଜଣାପଡିଛି । ଅଲ୍ ସୋର୍ସ ଆନାଲିସିସ୍ ନାମକ ସଂସ୍ଥା ପକ୍ଷରୁ ଜାରି ହୋଇଛି ସାଟେଲାଇଟ୍ ଚିତ୍ର । ଚିତ୍ର ଅନୁସାରେ ସିକ୍କିମ ସୀମାଠୁ ମାତ୍ର ୧୫୦ କିଲୋମିଟର୍ ଦୂରରେ ଚୀନ ଏହାର ଏୟାରବେସ ତିଆରି କରିଛି । ଖାଲି ସେତିକି ନୁହେଁ ଚୀନ ଏଠାରେ ଶକ୍ତିଶାଳୀ ଫାଇଟର ଜେଟ୍ ବି ମୁତୟନ କରିଛି । ପିଏଲଏ ସେନା ୬ଟି ଘାତକ ଜେ-୨୦ ଫାଇଟର ଜେଟ୍ , ୮ଟି ଜେ-୧୦ ଏୟାରକ୍ରାଫ୍ଟ୍ ଓ ଗୋଟିଏ କେଜେ-୫୦୦ ଏୟାରବର୍ଣ୍ଣ ଏହି ବେସରେ ରଖିଥିବା ଜଣାପଡିଛି । ତେବେ ଶେଷ ଖବର ସୁଦ୍ଧା ଏହି ମାନଚିତ୍ର କୁ ନେଇ ଭାରତ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ହେଲେ ଚୀନକୁ ଚେକ୍ ଦେବାକୁ ଭାରତ ଋଷ ନିର୍ମିତ ଘାତକ ଏସ ଫର ହଣ୍ଡ୍ରେଡ୍ ମିସାଇଲ ସିଷ୍ଟମକୁ ଏଲଏସିରେ ନିୟୋଜିତ କରିଛି ।