ଚାଇନାକୁ ଫେରିଲା ଲକଡାଉନ । ଦୃତ ଗତିରେ ବ୍ୟାପୁଛି ସଂକ୍ରମଣ, ଘରବନ୍ଦୀରେ ୨ କୋଟି ୫୦ ଲକ୍ଷ ଲୋକ ।

532

କନକ ବ୍ୟୁରୋ : କରୋନା ଯନ୍ତାରେ ଚୀନ୍ । ସଂକ୍ରମଣ ବଢୁଥିବାରୁ ଆର୍ଥିକ ରାଜଧାନୀ ସାଂଘାଇକୁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏହାଦ୍ୱାରା ୨ କୋଟି ୫୦ ଲକ୍ଷ ଲୋକ ଗୃହବନ୍ଦୀ ହୋଇ ରହିଥିବା ଜଣାପଡିଛି । ସେହିପରି ଅନେକ ବ୍ୟବସାୟିକ ସଂସ୍ଥା, ଶିକ୍ଷାନୁଷ୍ଠାନ ଆଦିରେ ତାଲା ପଡିଛି । ସ୍ଥାନୀୟ ପ୍ରଶାସନ ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛି ।

ଚାଇନାକୁ ଫେରିଲା ଲକଡାଉନ । ଘରବନ୍ଦୀରେ ୨ କୋଟି ୫୦ ଲକ୍ଷ ଲୋକ । ସାରା ଦୁନିଆକୁ କରୋନା ମହାମାରି ବାଂଟି ଥିବା ଚୀନ ଏବେ କୋଭିଡ ସଂକ୍ରମଣରେ ପୁଣି ଛନ୍ଦି ହୋଇରହିଛି । କରୋନାର ଓମିକ୍ରନ ଭାରିଆଂଟ ଚୀନରେ ଅନେକ ସହରରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି । ବଢୁଥିବା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନର ଆର୍ôଥକ ରାଜଧାନୀ କୁହାଯାଉଥିବା ସାଙ୍ଘାଇରେ ଲକଡାଉନ ଜାରି କରିଛି ଚୀନ । ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମେତ ସାର୍ବଜନିକ ପରିବହନ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଚୀନର ଏହି କଠୋର ନୀତି ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଲକଡାଉନ ଯୋଗୁଁ ୨ କୋଟି ୫୦ ଲକ୍ଷ ଲୋକ ଘରବନ୍ଦି ହୋଇ ରହିଥିବା ଜଣାପଡିଛି ।

ଦୃତ ଗତିରେ ବ୍ୟାପୁଛି ସଂକ୍ରମଣ । ସାଂଘାଇ କରୋନାର ହଟସ୍ପଟ ! ଦେଶରେ ଲଗାତାର ଭାବରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣକୁ ଏଡାଇବା ପାଇଁ ଚୀନର ଶୁନ୍ୟ ସହିଷ୍ନୁତା ନୀତି ମଧ୍ୟ ଫେଲ ମାରିଛି । ଚୀନର ସାଙ୍ଘାଇ ସହର କରୋନା ହଟସ୍ପଟ ପାଲଟିଛି । ରବିବାର କେବଳ ସାଙ୍ଘାଇରେ ୪ ହଜାର ୫ ଶହ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଚୀନର ଚିନ୍ତା ବଢାଇଛି । କାରଣ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ରବିବାର ସାମ୍ନାକୁ ଆସିଥିବା ମାମଲା ୨୦୧୯ ମସିହା ପରେ ସବୁଠୁ ଅଧିକ । ସେପଟେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ ଟେଷ୍ଟିଂ ପ୍ରକ୍ରିୟାକୁ ବ୍ୟାପକ କରିଛି ଚୀନ୍ । ଓମିକନ ଭାରିଆଂଟ ଚୀନ ସମେତ ଆମେରିକା ଓ ୟୁରୋପୀୟ ଦେଶରେ ମଧ୍ୟ ଦୃତ ଗତିରେ ବ୍ୟାପିବା ଆରମ୍ଭ କରିଛି । ତେବେ ଦୃତଗତିରେ ବ୍ୟାପୁଥିବା ସଂକ୍ରମଣ ଚତୁର୍ଥ ଲହର ଆଣିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।