ଏମିତି ବି ଆସେ ମୃତ୍ୟୁ : ଦୀର୍ଘ ଜୀବନର ଟିପ୍ସ ଦେଉ ଦେଉ ମଞ୍ଚରେ ଜୀବନ ହାରିଲେ ସିଇଓ

213

ହେଲଥ ଆଣ୍ଡ ଟେକ୍ନୋଲୋଜି କମ୍ପାନୀର ଚେୟାରମ୍ୟାନଙ୍କ ରହସ୍ୟ ଜନକ ମୃତ୍ୟୁ ହୋଇଛି । ଘଟଣାଟି ଚୀନରେ ଘଟିଛି । ମାତ୍ର ୬୫ ବର୍ଷର ଚେୟାରମ୍ୟାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରବଳ ଦର୍ଶକଙ୍କ ସମାଗମ ହୋଇଥିଲା । ଲୋକଙ୍କୁ ମଞ୍ଚ ଉପରୁ ସେ କିଛି ଟିପ୍ସ ଦେଉଥିଲେ । ଟିପ୍ସରେ ଦୀର୍ଘ ଦିନ ଧରି କିପରି ବଞ୍ଚିହେବ ଏହାର କିଛି ଉପଦେଶ ଦେଉଥିଲେ । କିନ୍ତୁ ଏହାର କିଛି ସମୟ ପରେ ହଠାତ ଏପରି କିଛି ହେଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ଚେୟାରମ୍ୟାନ ହଠାତ ମଞ୍ଚରେ ପଡିଯାଇଥିଲେ । ସୂଚନା ଅନୁଯାୟୀ, ଭାଷଣ ଦେଉଥିବା ସମୟରେ ସେଠାରେ ଥିବା ପୋଡିୟମ ସହ ଧକ୍କା ହୋଇ ସେ ତଳେ ପଡି ଯାଇଥିଲେ । ତେବେ ହୃଦଘାତ ହୋଇ ମୃତ୍ୟୁ ହୋଇଥିବା କଥା ଜଣାପଡିଛି । ସେ ନିଜ କମ୍ପାନୀ ଗତବର୍ଷ ଅଗଷ୍ଟ ମାସରୁ ଆରମ୍ଭ କରିଥିଲେ ଏବଂ କମ୍ପାନୀ ପ୍ରମୋସନ ପ୍ରୋଗ୍ରାମର ଭାଗ ନେଇଥିଲେ । ଉକ୍ତ ପ୍ରୋଗ୍ରାମରେ ସେ ଭାଷଣ ଦେଉଥିଲେ । କମ୍ପାନୀ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ୨୦ ବର୍ଷ ପୂର୍ବେ ତାଙ୍କ ହାର୍ଟ ବାଇପାସ ସର୍ଜରୀ ହୋଇଥିଲା । ସେହିଦିନ ମଧ୍ୟ ସେ ହସପିଟାଲ ଚିକିତ୍ସା ପାଇଁ ଯାଇଥାନ୍ତେ । ଘଟଣାସ୍ଥଳରେ ଉପସ୍ଥିତ ସଦସ୍ୟ ଓ କମ୍ପାନୀ କର୍ମଚାରୀ ଏପରି ଘଟଣାରେ ମର୍ମାହତ ହୋଇ ପଡିଛନ୍ତି ।