ଉତ୍କଟ ଦାରିଦ୍ର୍ୟ ବିଲୋପ କରିବାକୁ ଚୀନ୍‌ ‘ମାନବୀୟ ଚମତ୍କାରିତା’ ହାସଲ କରିଥିବା କଥା ଘୋଷଣା କଲେ ଜିନ୍‌ପିଙ୍ଗ୍‌

Advertisment
 ଉତ୍କଟ ଦାରିଦ୍ର୍ୟ ବିଲୋପ କରିବାକୁ ଚୀନ୍‌ ‘ମାନବୀୟ ଚମତ୍କାରିତା’ ହାସଲ କରିଥିବା କଥା ଘୋଷଣା କଲେ ଜିନ୍‌ପିଙ୍ଗ୍‌

କନକ ବ୍ୟୁରୋ:  ଉତ୍କଟ ଦାରିଦ୍ର୍ୟ ନିଶ୍ଚିହ୍ନ କରିବାକୁ ଚୀନ୍‌  ‘ମାନବୀୟ ଚମତ୍କାରିତା’ ହାସଲ କରିଥିବା କଥା ଗୁରୁବାର ଦିନ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଘୋଷଣା କରିଛନ୍ତି। କିନ୍ତୁ, କମ୍ୟୁନିଷ୍ଟ୍‍ ପାର୍ଟିର ଏହି ଦାବି ସମ୍ପ୍ରତି ସଂଶୟ ଘେରରେ ରହିଛି।

ବେଜିଙ୍ଗ୍‌ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ମଫସଲି ସମ୍ପ୍ରଦାୟର ଅଧିକାରୀମାନଙ୍କୁ ପଦକ ପ୍ରଦାନ କରିବା ସହ ‘ଚୀନ୍‌ର ଏହି ଦୃଷ୍ଟାନ୍ତ’କୁ ଅନ୍ୟ ବିକାଶଶୀଳ ଦେଶମାନଙ୍କୁ ସେୟାର୍‌ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ଠାରୁ ପଦକ ଗ୍ରହଣ କରିଥିବା କେତେକ ସାମ୍ପ୍ରଦାୟିକ ଅଧିକାରୀ ସଂଖ୍ୟାଲଘୁ ଆଦିମ ବାସିନ୍ଦାଙ୍କ ପୋଷାକ-ପରିଚ୍ଛଦ ପିନ୍ଧିଥିଲେ।

ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ କହିଲେ, ଏତେ ସ୍ୱଳ୍ପ ସମୟ ମଧ୍ୟରେ ଅନ୍ୟ କୌଣସି ଦେଶ ନିୟୁତ ନିୟୁତ ଜନତାଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେଇ ପାରିବ ନାହିଁ। ଏଥିପାଇଁ ପ୍ରସ୍ତୁତ କରାଯାଇଥିବା ଏହି ‘ମାନବୀୟ ଚମତ୍କାରିତା’ କଥା ଇତିହାସରେ ଉଲ୍ଲେଖ କରାଯିବ।

ଗତବର୍ଷ ଚୀନ୍‌ ଦାବି କରିଥିଲା ଯେ, ଦୈନିକ ୨.୩୦ ଡଲାର୍‌ ଉପାର୍ଜନ କରାଇ ଚୀନ୍‌ ତା’ର ସମସ୍ତ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାର ଊର୍ଦ୍ଧ୍ୱକୁ ନେବାର ଲକ୍ଷ୍ୟ ହାସଲରେ ସଫଳାତା ହାସଲ କରିଛି।

ବିଶ୍ୱ ବ୍ୟାଙ୍କ୍‌ କହିବା ଅନୁସାରେ, ୧୯୭୦ରୁ ବଜାର ସଂସ୍କାର କରି ଚୀନ୍‌ ୮୦୦ ନିୟୁତରୁ ଅଧିକ ଲୋକଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତି ଦେଇଛି।
୨୦୨୦ ସୁଦ୍ଧା ଉତ୍କଟ ଦାରିଦ୍ର୍ୟ ବିଲୋପ କରିବା ଲାଗି ରାଷ୍ଟ୍ରପତି ଜିନ୍‌ପିଙ୍ଗ ୨୦୧୫ରେ ଶପଥ କରିଥିଲେ।
ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ କହିଛନ୍ତି, ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିବା ବିକାଶଶୀଳ ଦେଶମାନଙ୍କୁ ସମ୍ପ୍ରତି ଚୀନ୍‌ ସହାୟତା ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe