କନକ ବ୍ୟୁରୋ : ବିବାଦ ଭିତରେ ଋଷ ସମର୍ଥନରେ ବାହାରିଲା ଚୀନ । ୟୁକ୍ରେନ-ଋଷ ଯୁଦ୍ଧ ଭିତରେ ଚୀନର ବଡ ବୟାନ୍ । ‘ନାଟୋ’ର ଆକ୍ରମଣାତ୍ମକ ନୀତିର ଶିକାର ହୋଇଛି ୟୁୁକ୍ରେନ୍ । ଇରାକରେ ଆମେରିକାର ଆକ୍ରମଣ କ'ଣ ଥିଲା ପ୍ରଶ୍ନ କଲା ଚୀନ । କୌଣସି ଦେଶକୁ ଆମେ ଆଦୌ ଅସ୍ତ୍ରଶସ୍ତ୍ର ଦେବୁ ନାହିଁ ସଫା ସଫା କହିଦେଇଛି ।

Advertisment

ସେପଟେ, ଜରୁରୀ ବୈଠକ ଡକାଇଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନକ୍ସିଙ୍କ ସହ କଥା ହେଲେ ବୋରିସ୍ ଜନସନ୍ । ବ୍ରିଟେନ୍ ଓ ସହ ଯୋଗୀ ଦେଶ ଏକାଠି ଋଷକୁ ଜବାବ ଦେବୁ । ଋଷିଆର ଆକ୍ରମଣକୁ ଜର୍ମାନ ଚାନସେଲରଙ୍କ ନିନ୍ଦା । ୟୁରୋପ ପାଇଁ କଳା ଦିନ କହିଲେ ଚାନସେଲର ଓଲାଫ ସ୍କଲଜ୍ । ୟୁକ୍ରେନରୁ ଋଷିଆ ସେନା ପ୍ରତ୍ୟାହାର ପାଇଁ ଦାବି କଲା କାନାଡା । ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେଲେ ଜେଲେନକ୍ସି ।