ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ ଚୀନ୍ ରଣନୀତିର ମୁକାବିଲା କରିବାରେ ମୋଦୀ ସରକାର ବିଫଳ, ବିଜେପି ଆଣିଲା ପାଲଟା ଅଭିଯୋଗ ।

242

କନକ ବ୍ୟୁରୋ : ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । ତୱାଙ୍ଗର ସମଡୁରୁଙ୍ଗ ଚୁ ଭ୍ୟାଲିରେ ଏହିଁ ଗାଁ ତିଆରି କରୁଛି ଚୀନ୍ । ତେବେ ଏହି ଅଂଚଳ ଚୀନ୍ ଅଧୀନରେ ଅଛି । ଏହାକୁ ନେଇ ଏବେ ବିବାଦ ତେଜିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କେନ୍ଦ୍ର ସରକାର ଚୀନ୍ ପ୍ରସଙ୍ଗରେ ଅପାରଗ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚୀନ୍ ରଣନୀତିର ମୁକାବିଲା କରିବାରେ କେନ୍ଦ୍ର ସରକାର ବିଫଳ ବୋଲି କହିଛନ୍ତି ରାହୁଲ ।

ସେପଟେ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଶାସନ ଅମଳରେ ଏହି ଅଂଚଳକୁ ଚୀନ୍ ଅଧିକାର କରିଥିଲା । ତେବେ ସେତେବେଳର ସେନାମୁଖ୍ୟ ଏହାକୁ ଉଦ୍ଧାର କରିବାକୁ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏଥିପାଇଁ ଅନୁମତି ଦେଇ ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।