ଆପ୍ ବ୍ୟାନ୍ ପରେ ବିଳିବିଳଉଛି ଚୀନ୍ । ଭାରତ ସରକାରଙ୍କୁ ସମାଲୋଚନା କରିବା ସହ କହିଲା, ଦୁଇ ଦେଶ ମଧ୍ୟରେ ଆହୁରି ତୀବ୍ର ହେବ ଅସନ୍ତୋଷ

ଭାରତରେ ଚାଇନା ଆପ୍ ବ୍ୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଚାଇନା ଗଣମାଧ୍ୟମରେ

3,745

କନକ ବ୍ୟୁରୋ : ଭାରତ ଚାଇନା ସୀମାରେ ବଢୁଥିବା ଉତ୍ତେଜନା ମଧ୍ୟରେ କଠୋର ହୋଇଛନ୍ତି ଭାରତ ସରକାର । ଦେଶରେ ବ୍ୟବହାର ହେଉଥିବା ୫୯ଟି ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ଯାହାକୁ ନେଇ ବିଳିବିଳେଇ ଉଠିଛି ଚାଇନା ।

ଭାରତରେ ଚାଇନା ଆପ୍ ବ୍ୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଚାଇନା ଗଣମାଧ୍ୟମରେ । ଚୀନର ଆପକୁ ଭାରତରେ ବ୍ୟାନ୍ କରାଯିବା ଦ୍ୱାରା ଏହାର ପ୍ରଭାବ ତା’ର ଅର୍ଥନୀତି ଉପରେ ପଡିଛି । ଯ।।ହାକୁ ନେଇ ଚିହିଁକି ଉଠିଛି ବେଜିଂ । ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ଭାରତ ସରକାରଙ୍କୁ ଅନେକ ସମାଲୋଚନା କରାଯାଇଛି । ଏହାସହ ଏଭଳି ଆପ ବ୍ୟାନ୍ କରି ଭାରତ ନିଜର ହିଁ କ୍ଷତି କରୁଛି ବୋଲି ଗ୍ଲୋବାଲ ଟାଇମ୍ସରେ ତଥ୍ୟ ପ୍ରକାଶ ପାଇଛି । ସେପଟେ ଭାରତରେ ଥିବା ଚୀନ ଦୂତବାସର ମୁଖପାତ୍ର – ଜି ରଙ୍ଗ କହିଛନ୍ତି ଭାରତର ଏଭଳି ପଦକ୍ଷେପକୁ ଚୀନ ସରକାର ଗୁରୁତର ସହ ନେଇଛି ଏବଂ ଭାରତ ସରକାରଙ୍କ ଏହି ନିଷ୍ପତିକୁ ତୀବ୍ର ପ୍ରତିରୋଧ କରୁଛି ବୋଲି ଜି ରଙ୍ଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି