ଆତଙ୍କବାଦୀ ମାସୁଦ୍ ଅଜହରକୁ ଆନ୍ତଜାର୍ତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ଉପରେ ବଢ଼ିଲା ଚାପ : ଅଲଟିମେଟମ ଦେଲେ ଆମେରିକା, ୟୁକେ ଓ ଫ୍ରାନ୍ସ

209

ଜୈଶର ଆତଙ୍କବାଦୀ ମାସୁଦ ଅଜହରକୁ ବ୍ୟାନ କରିବା ପାଇଁ ଚୀନ ଉପରେ ବଢିଲା ଚାପ । ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଏ ବାବଦରେ ଚୀନକୁ ଅଲଟିମେଟମ ଦେଇଛନ୍ତି । ୧୪ ଫେବୃଆରୀରେ କାଶ୍ମୀରର ପୁଲୱାମା ଆକ୍ରମଣ ଘଟଣାରେ ମସୁଦ ଅଜହର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା । ଅଜହରକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାନ କରିବା ପାଇଁ ଜାତିସଂଘ ସାଧାରଣ ପରିଷଦରେ ପ୍ରସ୍ତାବ ଆସିଥିଲା । କିନ୍ତୁ ଏ ନେଇ ଚୀନ ଭିଟୋ ପ୍ରୟୋଗ କରିଥିଲା । ଫଳରେ ଜାତିସଂଘରେ ଏହି ନିଷ୍ପତ୍ତି ଅଟକିଯାଇଥିଲା ।

ଜୈଶ-ଏ-ମହମ୍ମଦକୁ ବିଶ୍ୱ ସ୍ତରରେ ଆତଙ୍କବାଦୀ ଘୋଷଣା କରିବା ପ୍ରସ୍ତାବ ଉପରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ସମସ୍ତେ ଏକମତ ଅଛନ୍ତି । ସୁରକ୍ଷା ପରିଷଦର୩ଟି ସ୍ଥାୟୀ ଦେଶଗୁଡିକ ଚୀନକୁ ଏହି ପ୍ରସ୍ତାବରୁ ପ୍ରତିବନ୍ଧକ ହଟାଇବା ପାଇଁ ନୂଆ ପ୍ରସ୍ତାବ ଆଣିବ ପ୍ରସ୍ତୁତିରେ ଅଛନ୍ତି । ମାସୁଦ ଅଜହର ଉପରେ ଆନ୍ତର୍ଜାତୀୟ ପ୍ରତିବନ୍ଧକ ଲଗାଇବା ଉପରେ ସହମତି ବନାଇବା ପ୍ରକ୍ରିୟା ଜାରି ରହିଛି ।