କନକ ବ୍ୟୁରୋ : ଚୀନର ପରିସ୍ଥିତିକୁ ଆଖି ଆଗରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଚିଠି ଲେଖି ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା କହିଥିଲେ । ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଆଶ୍ବାସନା ଦେବା ସହ ଭାରତ ଏଭଳି ପରିସ୍ଥିତିରେ ତାଙ୍କ ସହ ରହିଛି ଏବଂ କରୋନା ଭାଇରସ୍ ସହ ଚୀନର ଲଢ଼େଇରେ ଭାରତ ସାଥ୍ ଦେବ ବୋଲି ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିଠି ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ।
Received condolence letter from Indian PM Narendra Modi to Chinese President Xi Jinping regarding #nCoV outbreak in China. Appreciate friendly message & kind support by Indian Government. Look forward to further cooperation & confident the epidemic will be brought to an end soon.— Sun Weidong (@China_Amb_India) February 9, 2020
ଚୀନର ବୈଦେଶିକ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିିଠିର ଜବାବ ରଖି, ଏହା ଭାରତ-ଚୀନ୍ ମଧ୍ୟର ଥିବା ଗଭୀର ବନ୍ଧୁତାର ପ୍ରତୀକ ବୋଲି କହିଛି । ଚୀନର ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି କି, କରୋନା ଭାଇରସକୁ ନେଇ ଭାରତ ଯେଉଁଭଳି ଭାବରେ ସହାୟତା କରିବା ନେଇ ପ୍ରତିଶ୍ରୁତି ଦେଇଛି, ସେ ନେଇ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଏଭଳି ପରିସ୍ଥିତିରେ ଭାରତ ଚୀନକୁ ସାହାଯ୍ୟର ହାତ ବଢ଼ାଇବା ଦୁଇ ଦେଶ ମଧ୍ୟରେ କେତେ ଗଭୀର ବନ୍ଧୁତା ରହିଛି ତାହା ଦର୍ଶାଉଛି । ଆମେ ଭାରତ ଓ ଅନ୍ୟ ଦେଶମାନଙ୍କ ସହ ମିଶି ଏହି ଭାଇରସ୍ ସହ ଲଢ଼େଇ କରିବୁ ।
ତେବେ କେବଳ ଭାରତ ନୁହେଁ, ନେପାଳ ମଧ୍ୟ ଚୀନକୁ ନିଜର ସହାୟତାର ହାତ ବଢ଼ାଇଥିଲା । ନେପାଳ ଚୀନକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ଦରକାର ହେଉଥିବା ଏକ ଲକ୍ଷ ସର୍ଜିକାଲ ମାସ୍କ ପଠାଇଥିଲା ।