କନକ ବ୍ୟୁରୋ: ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ ୩ ସପ୍ତାହ ହେବ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ସେ କେଉଁଠାରେ ଅଛନ୍ତି ସେ ବିଷୟରେ ଏଯାଏଁ କେହି ବି କିଛି ଟେର ପାଉନାହାଁନ୍ତି । ଚୀନରରେ ରାଜନୈତିକ ଗତିବିଧି ପରିବର୍ତ୍ତନ ହେଉଥିବା ସମୟରେ ତାଙ୍କର ନିଖୋଜ ହୋଇଯିବା ଏବେ ପୁରା ଦେଶରେ ଚିନ୍ତାର କାରଣ ପାଲଟିଛି ।

Advertisment

ଜଳବାୟୁ ସଙ୍କଟ ଉପରେ ଆଲୋଚନା କରିବାକୁ ଆମେରିକା ରାଜନୟିକ ଜନ କୈରୀ ଚୀନରେ ପହଞ୍ଚିଥିବାବେଳେ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗଙ୍କର ଏଭଳି ନିଖୋଜ ହୋଇଯିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ରାଜନୀତିରେ ଦୀର୍ଘ ବର୍ଷ ସ୍ଥାୟୀ ହୋଇ ରହିଥିବା କିନ୍ ଗାଙ୍ଗ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କର ଅତି ଘନିଷ୍ଠ ଥିଲେ ।

କିନ୍ ଗାଙ୍ଗ ବିଦେଶ ମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଆମେରିକାରେ ଚୀନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ତୁଲାଉଥିଲେ । ତାଙ୍କୁ ଆମେରିକା ମାମଲାରେ ଗଭୀର ଅଭିଜ୍ଞତା ଥିଲା । ଏହା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆଗକୁ ବଢାଇବାରେ ମଧ୍ୟ କିନ୍ ଗାଙ୍ଗର ବିଶେଷ ଅବଦାନ ଥିଲା ।