ସତ ମାନିଲା ସଇତାନ୍ ଚୀନ : ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତର ସମ୍ମାନ ପରେ ପଦାକୁ ଆସିଲା ସତ

Advertisment
ସତ ମାନିଲା ସଇତାନ୍ ଚୀନ : ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତର ସମ୍ମାନ ପରେ ପଦାକୁ ଆସିଲା ସତ

କନକ ବ୍ୟୁରୋ : ଗତବର୍ଷ ଜୁନ୍‌ ମାସରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ସଙ୍ଗଠିତ ସଂଘର୍ଷରେ ପ୍ରାଣ ହରାଇଥିବା ଚାରିଜଣ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ସୈନିକମାନଙ୍କର ନାମ ଓ ପୂର୍ଣ୍ଣ ବିବରଣୀ ଚୀନ୍‌ ପ୍ରଥମ କରି ଉଲ୍ଲେଖ କରିଛି । ଏହି ତୁମୁଳ ସଂଘର୍ଷରେ କେତେ ସଂଖ୍ୟକ ଚୀନ୍‌ ସେନା ପ୍ରାଣ ହରାଇଥିଲେ ତା’ର ବିବରଣୀ ପ୍ରକାଶ କରିବାକୁ ଚୀନ୍‌ ଅଗ୍ରାହ୍ୟ କରି ଆସୁଥିଲା । ଚୀନ୍‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ୍‌’ ଏକ ରିପୋର୍ଟରେ କହିଛି, ଭାରତ ସହ ସୀମା ସଂଘର୍ଷରେ ଆତ୍ମବଳୀ ଦେଇଥିବା ୫ଜଣ ଚୀନ୍‌ ସୀମାନ୍ତ ଅଧିକାରୀ ଓ ସୈନିକମାଙ୍କୁ ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌ ଅଫ୍‌ ଚାଇନା’ ସ୍ୱୀକାର କରିଛି।

‘ପିଏଲ୍‌ଏ ଡେଲି’ରୁ ଉଦ୍ଧୃତ କରି ଶୁକ୍ରବାର ଦିନ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ଉଲ୍ଲେଖ କରିଛି, ୨୦୨୦ ଜୁନ୍‌ରେ ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ଭାରତ ସହ ଘଟିଥିବା ସଂଘର୍ଷରେ ଆତ୍ମବଳୀ ନିମନ୍ତେ ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌ ଅଫ୍‌ ଚାଇନା’ କାରାକୋରମ୍‌ ପର୍ବତରେ ମୁତୟନ ହୋଇଥିବା ୫ଜଣ ଚୀନ୍‌ ସୀମାନ୍ତ ଅଧିକାରୀ ଓ ସୈନିକମାନଙ୍କୁ ସ୍ୱୀକୃତି ଦେଉଛି ।

ଚୀନ୍‌ ଗଣମାଧ୍ୟମ ରିପୋର୍ଟର ଦୃଷ୍ଟାନ୍ତ ଦେଇ ରଏଟର୍ସ ରିପୋର୍ଟ କରିଛି, ଚେନ୍‌ ହୋଙ୍ଗ୍‌ଜୁନ୍‌, ଚେନ୍‌ ସିଆଙ୍ଗ୍‌ରୋଙ୍ଗ୍‌, ଜିଆଓ ସିୟୁଆନ୍‌ ଏବଂ ଓ୍ଵାଙ୍ଗ୍‌ ଝୁଓରାନ୍‌ ବିଦେଶୀ ସୈନିକମାନଙ୍କ ସହ ହୋଇଥିବା ଭୟଙ୍କର ସଂଘର୍ଷରେ ମୃତ୍ୟୁ ବରଣ କରିଛନ୍ତି । ଚେନ୍‌ ହୋଙ୍ଗ୍‌ଜୁନ୍‌ଙ୍କୁ ମରଣତ୍ତୋର ଭାବେ ‘ହିରୋ ଟୁ ଡିଫେଣ୍ଡ୍‌ ଦି ବର୍ଡର୍‌’ ସମ୍ମାନ ମିଳିଥିବା ବେଳେ ଅନ୍ୟ ତିନିଜଣଙ୍କୁ ମଧ୍ୟ ପ୍ରଥମ ଶ୍ରେଣୀୟ ପ୍ରଶସ୍ତି ପତ୍ର ମିଳିଛି । ଗଲ୍‌ଓ୍ଵାନ୍‌ ଉପତ୍ୟକା ସଂଘର୍ଷରେ ଭାରତୀୟ ସେନାର ୨୦ଜଣ ଯବାନ ପ୍ରାଣ ହରାଇଥିଲେ ବୋଲି ଭାରତ କହିଥିଲା। କିନ୍ତୁ, ଚୀନ୍‌ ନିଜର ମୃତାହତ ସୈନିକମାନଙ୍କ ପ୍ରସଙ୍ଗରେ ନିରବ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe