କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଅନ୍ୟ ଦେଶଙ୍କ ମଧ୍ୟରେ ବି ତିକ୍ତତା ବଢିବାରେ ଲାଗିଛି । ଆମେରିକା-ଚୀନ ଏବଂ ଭାରତ-ଚୀନ ମଧ୍ୟରେ ବି ତିକ୍ତତା ବଢିବାରେ ଲାଗିଛି । ଆଉ ଏହାରି ଭିତରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଯାଇଛି । ଚୀନ୍ ତା’ର ପରମାଣୁ ଅସ୍ତ୍ରକୁ ବଢାଇବାରେ ଲାଗିଛି । ଏହି ତଥ୍ୟ ଗତ ସୋମବାର ଦିନ ସାମ୍ନାକୁ ଆସିଛି ।

Advertisment

ଏଆଇପିଆଆଇର ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପରମାଣୁ ଶକ୍ତିର ଅଧିକାରୀ ଥିବା ୯ଟି ଦେଶ ଯଥା- ବ୍ରିଟେନ୍, ଚୀନ୍, ଫ୍ରାନ୍ସ, ଭାରତ, ଇଜ୍ରାଇଲ୍, ଉତ୍ତର କୋରିଆ, ପାକିସ୍ତାନ୍ ଏବଂ ଆମେରିକା ପାଖରେ ୨୦୨୩ ଆରମ୍ଭରୁ ୧୨,୫୧୨ ପରମାଣୁ ଅସ୍ତ୍ର ଥିବାବେଳେ ୨୦୨୨ ଆରମ୍ଭରୁ ଏହା ୧୨,୭୧୦ ଥିଲା । ଏଥିମଧ୍ୟରୁ ୯୫୭୬ ଅସ୍ତ୍ର ବ୍ୟବହାର ପାଇଁ ସେନା ଭଣ୍ଡାରରେ ରଖାଯାଇଛି । ଯାହା ଏକ ବର୍ଷ ତୁଳନାରେ ୮୬ ଟି ଅଧିକ ରହିଛି । ଅର୍ଥାତ୍ ୨୦୨୨ ତୁଳନାରେ ସେନା ଭଣ୍ଟାରରେ ପରମାଣୁ ଅସ୍ତ୍ରର ବ୍ୟବହାର ପାଇଁ ସଂଖ୍ୟାକୁ ବଢାଯାଉଛି । ତେବେ ଜାଣିବାକୁ ମିଳିଛିକି, ଚୀନ୍ ତାର ପରମାଣୁ ଅସ୍ତ୍ରକୁ ବଢାଇବାରେ ଲାଗିଛି । ଚୀଚ୍ ପାଖରେ ପୂର୍ବରୁ ୩୫୦ଟି ପରମାଣୁ ଅସ୍ତ୍ର ଥିଲା କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ୪୧୦କୁ ବୃଦ୍ଧି ପାଇଛି ।

ସେହିପରେ ଭାରତ, ପାକିସ୍ତାନ୍ ଓ ଉତ୍ତରକୋରିଆ ନିଜ ସେନା ଭଣ୍ଡାରରେ ପରମାଣୁ ଅସ୍ତ୍ରକୁ ବୃଦ୍ଧି କରୁଛନ୍ତି । ପୂର୍ବରୁ ସେନା ଭଣ୍ଡାରରେ ୪.୪୭୭ ପରମାଣୁ ଅସ୍ତ୍ର ଥିବା ବେଳେ ବର୍ତ୍ତମାନ ୪୪୮୯କୁ ବୃଦ୍ଧି ପାଇଛି । କେରଳ ଏତିକି ନୁହେଁ ଚୀନ୍ ତାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଶକ୍ତିଶାଳି କରିବା ପାଇଁ ଅଧିକରୁ ଅଧିକ ବଜେଟକୁ ବଢାଇଦେଇଛି ।