ବିଶ୍ୱରେ ପ୍ରଥମଥର ପାଇଁ ଚୀନ୍ ପ୍ରସ୍ତୁତ କଲା ଡ୍ରୋନ୍ ବୋଟ୍ ! ସମୁଦ୍ରରେ ୫୦ ମାଇଲ୍ ବେଗ ଗଲାବେଳେ ସ୍ଥଳଭାଗରେ ଯାଏ ୨୦ କି.ମି. ।

ବିଶ୍ୱରେ ପ୍ରଥମଥର ପାଇଁ ଚୀନ୍ ପ୍ରସ୍ତୁତ କଲା ଡ୍ରୋନ୍ ବୋଟ୍ ! ସମୁଦ୍ରରେ ୫୦ ମାଇଲ୍ ବେଗ ଗଲାବେଳେ ସ୍ଥଳଭାଗରେ ଯାଏ ୨୦ କି.ମି. ।

The Hans India

ଚୀନ ଦିନକୁଦିନ ନିଜର ପ୍ରତିରକ୍ଷା କ୍ଷମତା ବଢ଼ାଇବାରେ ଲାଗିଛି। ଏଥି ନିମନ୍ତେ ନୂଆନୂଆ ଅସ୍ତ୍ରଶସ୍ତ୍ର ଏବଂ ଶତ୍ରୁପକ୍ଷକୁ ମାତ୍ ଦେଲାଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ଯନ୍ତ୍ର ଏବଂ ସ୍ୱୟଂଚାଳିତ ଅସ୍ତ୍ର ନିର୍ମାଣ କରୁଛି। ଏହିକ୍ରମରେ ଚୀନ ଆଉ ଗୋଟିଏ ପାଦ ଆଗକୁ ଯାଇ ନିର୍ମାଣ କରିଛି ଡ୍ରୋନ ବୋଟ୍। ଏହା ହେଉଛି ବିଶ୍ୱର ଏଭଳି ବୋଟ୍ ଯେଉଁଥିରେ କି ରାଡାର ଓ ମେସିନ ଗନ୍ ଖଞ୍ଜାଯାଇଛି। ଏହା ସମୁଦ୍ର ଭିତରୁ ଆସି ସ୍ଥଳଭାଗରେ ଆକ୍ରମଣ କରିପାରିବ। ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ‘ମାରାଇନ ଲିଜାର୍ଡ଼’ ନାମକ ବିଶ୍ୱର ପ୍ରଥମ ଆଂଫିବିଅସ େଡ୍ରାନ ବୋଟ ୱୁଚାଙ୍ଗ ସିପବିଲଡିଙ୍ଗ ଇଣ୍ଡଷ୍ଟ୍ରି ନିର୍ମାଣ କରିଛି। ଏହାର ସଫଳ ପରୀକ୍ଷଣ ମଧ୍ୟ ହୁବେଇ ପ୍ରଦେଶର ରାଜଧାନୀ ୱହାଁ ଠାରେ ହୋଇସାରିଛି।

publive-image

ଜଳଭାଗରୁ ଆସି ସ୍ଥଳଭାଗରେ ଆକ୍ରମଣ କରିବା କ୍ଷମତା ରଖୁଥିବା ୧୨ ମିଟର ଲମ୍ବା ଏହି େଡ୍ରାନ ବୋଟ ଡିଜେଲ ଚାଳିତ। ସମୁଦ୍ରରେ ଏହାର ଗତି ଘଣ୍ଟାକୁ ୫୦ ମାଇଲ ଥିବା ବେଳେ ସ୍ଥଳ ଭାଗରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗର ଯିବାର କ୍ଷମତା ରଖୁଛି। ଉପଗ୍ରହ ଦ୍ୱାରା ପରିଚାଳିତ ଏହି ଅତ୍ୟାଧୁନିକ େଡ୍ରାନ ବୋଟର ଅପରେସନ ରେଞ୍ଜ ୧୨୦୦ କିଲୋମିଟର। ଏହି ବୋଟରେ ଇଲେକ୍ଟ୍ରୋ ଅପ୍ଟିକାଲ ଏବଂ ରାଡ଼ାର ସିଷ୍ଟମ ବ୍ୟତୀତ ଦୁଇଟି ମେସିନ ଗନ ଖଞ୍ଜାଯାଇଛି। ଏହି ବୋଟରେ ଜାହାଜ ବିଧ୍ବଂସୀ ଏବଂ କ୍ଷପଣାସ୍ତ୍ର ବିଧ୍ବଂସୀ ଲଚିଙ୍ଗ ସିଷ୍ଟମ୍ ମଧ୍ୟ ରହିଥିବା ପ୍ରକାଶ। ଜଳପଥରୁ ସ୍ଥଳପଥରେ ଆକ୍ରମଣ କରିବା ବିପଦଜନକ ହୋଇଥିବା ବେଳେ ଏହି ମାରାଇନ ଲାଜାର୍ଡ଼ ନାମକ େଡ୍ରାନ ବୋଟ ସ୍ୱୟଂଚାଳିତ ହୋଇଥିବାରୁ ସେନା ପାଇଁ ସହାୟକ ହେବ ବୋଲି କୁହାଯାଉଛି। ଯୁଦ୍ଧ ବ୍ୟତୀତ ଦୀପପୁଞ୍ଜରେ ଏବଂ ତଟରକ୍ଷାରେ ମଧ୍ୟ ଏହା ନିୟୋଜିତ ହୋଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe