ପୃଥିବୀକୁ ୩୨ ହଜାର ଫୁଟ ଖୋଳିଲାଣି ଚୀନ୍ । ହେଲେ କାରଣ କ’ଣ?

5,620

କନକ ବ୍ୟୁରୋ: ପୃଥିବୀ ପୃଷ୍ଠକୁ ଖୋଳିବାରେ ଲାଗିଛି ଚୀନ୍ । ଚୀନ୍ ସମାଚାର ଏଜେନ୍ସି ଶିହ୍ନୁଆର ସୂଚନା ମୁତାବକ, ପୃଥିବୀ ପୃଷ୍ଠକୁ ଚୀନ୍ ୩୨ ହଜାର ଫୁଟରୁ ଅଧିକ ଖୋଳିଲାଣି । ଶିନଜିୟାଙ୍ଗଠାରେ ଏଭଳି କାର୍ଯ୍ୟ ଚଳାଇଛି ଡ୍ରାଗନ୍ । ଏଭଳି କରି ଚୀନ୍ ପୃଥିବୀ ପୃଷ୍ଠର କ୍ରେଟେସିୟସ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।

ରିପୋର୍ଟ ମୁତାବକ, ଆର୍ଥ କ୍ରଷ୍ଟର ୧୦୦୦ ଫୁଟ ଖୋଳିବା ପରେ ଅଶୋଧିତ ତୈଳ ସହ ଗ୍ୟାସ ଏବଂ କୋଇଲା ସମେତ ଅନେକ ଦୁର୍ଲଭ ଧାତୁ ମିଳିଥାଏ । ହେଲେ ଚୀନ୍ ଏହା ଠାରୁ ମଧ୍ୟ ଗଭୀରତମ ଗାତ ଖୋଳିବା ଘଟଣା ଏବେ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।