କନକ ବ୍ୟୁରୋ: ଦକ୍ଷିଣ ଚୀନ ସାଗରକୁ ନେଇ ଆମେରିକା ଓ ଚୀନର ବିବାଦ ଭିତରେ ପଇଁତରା ମାରିଲା ଏସୟୁ-୩୫ ଯୁଦ୍ଧ ବିମାନ । ଦକ୍ଷିଣ ଚୀନ ସାଗରରେ ନିଜ କ୍ଷେତ୍ରକୁ ସୁରକ୍ଷା ଦେବା ସହ ଆମେରିକାର ପାଟ୍ରୋଲ ବିମାନକୁ କାଉଂଟର କରିବା ପାଇଁ ଏହି ଅତ୍ୟାଧୁନିକ ବିମାନ ମୁତୟନ କରିଛି ଚୀନ । ୨୦୧୬ରେ ରୁଷଠାରୁ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିଥିଲା ପିପୁଲ୍ସ ଲିବରେସନ ଆର୍ମିର ବାୟୁସେନା । ଦକ୍ଷିଣ ଚୀନ ସାଗରରେ ଆମେରିକା ବାୟୁସେନା ବାରମ୍ବାର ଯୁଦ୍ଧ ବିମାନ ଓ ପାଟ୍ରୋଲ ବିମାନ ଉଡାଇବା ଚୀନର ଅଧିକାର କ୍ଷେତ୍ରରେ ପ୍ରବେଶ ବୋଲି ଅଭିଯୋଗ ହୋଇଆସୁଥିଲା ।
ଏହାପରେ ପ୍ରଥମକରି ଚୀନ ଏସୟୁ-୩୫ ଭଳି ଅତ୍ୟାଧୁନିକ ବିମାନ ଉଡାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏସୟୁ-୩୫ ଲଡୁଆ ବିମାନ ଆକାଶ ମାର୍ଗରୁ ସ୍ଥଳପଥ ଓ ଜଳପଥରେ ଯେକୌଣସି ଟାର୍ଗେଟକୁ ରକେଟ୍ ଓ ଗୁଳି ମାଡ କରିବାରେ ସକ୍ଷମ । ତେଣୁ ଲାଗିରହିଥିବା ଉତେଜନା ଭିତରେ ଚୀନ ଆଉପାଦେ ଆଗେଇ ଯାଇ ଆମେରିକାକୁ ଶକ୍ତି ପ୍ରଦର୍ଶନ କରିଥିବା କୁହାଯାଉଛି । ରୁଷିଆଠାରୁ ୨ ବିଲିଅନ ଡଲାରରେ ୨୪ଟି ଏଭଳି ଏସୟୁ-୩୫ ଲଢୁଆ ବିମାନ କିଣିବାକୁ ଚୀନ ଚୁକ୍ତି କରିଛି । ଆମେରିକାକୁ ଚେକମେଟ୍ ଦେବାଲାଗି ଚୀନ ଓ ରୁଷ ମଧ୍ୟରେ ଏହି ସାମରିକ ଚୁକ୍ତି ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/sukhoi-su-35-.jpg)