ସଂଘାଇରେ ସାଘାଂତିକ୍ ସ୍ଥିତି । କରୋନା ପାଇଁ କଲବଲ ହେଉଛନ୍ତି ଲୋକେ, ଖାଇବାକୁ ପାଉନାହାନ୍ତି ୨.୫ କୋଟି ଲୋକ

Advertisment
ସଂଘାଇରେ ସାଘାଂତିକ୍ ସ୍ଥିତି । କରୋନା ପାଇଁ କଲବଲ ହେଉଛନ୍ତି ଲୋକେ, ଖାଇବାକୁ ପାଉନାହାନ୍ତି ୨.୫ କୋଟି ଲୋକ

କନକ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଚୀନର ଆର୍ଥିକ ରାଜଧାନୀ ସାଂଘାଇ । କହିବାକୁ ଗଲେ ଚୀନର ଆର୍ଥିକ ରାଜଧାନୀ ସାଂଘାଇ ଏବେ କରୋନା ରାଜଧାନୀ ହେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ଯେତିକି ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ସାଂଘାଇରୁ ଚିହ୍ନଟ ହେଉଛନ୍ତି । ସ୍ଥିତି ଏପରି ହୋଇଯାଇଛି କି, ଲୋକେ ଖାଇବାକୁ ପାଉନାହାନ୍ତି । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବେଜିଂର ୨ଶହ କୋଟି ଲୋକଙ୍କର କରୋନା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେସ ଦେଇଛନ୍ତି ।
କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଏକପ୍ରକାର ଦୋହଲିଯାଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଚୀନ୍ ଶୂନ୍ୟ ସହନଶୀଳ କରୋନା ନୀତିକୁ ନେଇ ଦେଶ ବିକାଶ ହାରକୁ ୪.୮ ରୁ ୪.୪ ପ୍ରତିଶତକୁ ହ୍ରାସ କରିଦେଇଛି । ଲକଡାଉନ ଯୋଗୁଁ ସାଂଘାଇରେ ସ୍ଥିତାବସ୍ଥା ଜାରି ରହିଛି । ଏଠାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ପଦାର୍ଥ ମିଳୁନାହିଁ । ସେମାନେ ଭୋକ ଉପାସରେ କାଳତିପାତ କରୁଛନ୍ତି । ସଂଘାଇର ୨.୫ କୋଟି ଲୋକ ଘର ଭିତରେ କଏଦ ହୋଇ ରହିଛନ୍ତି । ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ଘରୁ ବାହାରିଲେ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଘରର ଅଳିଆ ଆବର୍ଜନା ଲୋକେ ବାହାରକୁ ପକାଇପାରୁନାହାନ୍ତି । ଲୋକେ ଘରେ ସଞ୍ଚୟ କରି ରଖିଥିବା ଖାଦ୍ୟ ପଦାର୍ଥ ସରିଆସୁଥିବା ବେଳେ ପାଖରେ ପହଞ୍ଚୁନି ଖାଦ୍ୟପଦାର୍ଥ । ଆପାର୍ଟମେଣ୍ଟ ଏବଂ ଫ୍ଲାଟ୍ ଭିତରୁ ଶୁଭୁଛି ଖାଲି ଚିତ୍କାରର ସ୍ୱର । କୁନି କୁନି ପିଲା ଖାଇବାକୁ ନପାଇଁ ପ୍ରାଣ ହାରୁଛନ୍ତି ।
ସବୁଠୁ ବଡକଥା ହେଉଛି, ଏଠାରେ ଅଧିକ ପ୍ରଭାବିତ ହେଉଛନ୍ତି ବିଦେଶୀ ନାଗରିକ । ସଂଘାଇରେ ଫସିଥିବା ଜଣେ ବିଦେଶୀ ନାଗରିକ ଜେନିଫର ଲି’ଙ୍କ କହିବା ଅନୁସାରେ, ଲକଡାଉନ୍ ପୂର୍ବରୁ ସବୁକିଛି ଠିକ୍ ଚାଲିଥିଲା, ସମସ୍ତେ ସ୍ୱାଧିନ ଭାବେ କାମ କରୁଥିଲେ, କିନ୍ତୁ ଲକଡାଉନ୍ ଜାରି ହେବା ପରେ ସ୍ଥିତି ସମ୍ପୁର୍ଣ୍ଣ ବଦଳିଯାଇଛି । ଏଠାକାର ନେତା ମନ୍ତ୍ରୀ କ୍ଷମତାର ବଳ ଦେଖାଇବାରେ ଲାଗିଛନ୍ତି । ଲୋକଙ୍କ ମଧ୍ୟରେ ଡର ଏବଂ ଭୟ ସୃଷ୍ଟି କରିଛନ୍ତି । ମୁଁ ଗତ ୧୧ ବର୍ଷ ହେବ ଏଠାରେ ରହିଆସୁଥିଲି କିନ୍ତୁ ବର୍ତ୍ତମାନ ମୁଁ ଏଠାରୁ ବାହାରିବାକୁ ଚାହୁଁଛି ।
କେବଳ ଏତିକି ନୁହେଁ ସହର ଛାଡି ପଳାଉଥିବା ଲୋକଙ୍କ କହିବା ଅନୁସାରେ, ଟ୍ୟାକ୍ସିର ଭଡା ମାତ୍ରାଧିକ ଭାବେ ବଢାଇ ଦିଆଯାଇଛି । ଯେଉଁ ସ୍ଥାନକୁ ଯିବା ପାଇଁ ୩୦ ଡଲାର ଦେବାକୁ ପଡୁଥିଲା, ସେହି ସ୍ଥାନକୁ ଯିବା ପାଇଁ ଏବେ ୫୦୦ ଡଲାର ଦେବାକୁ ପଡୁଛି । ତେବେ ଏତେ ସବୁ ଭିତରେ ବି ଗତ ଏକ ବର୍ଷ ହେବ କରୋନାରେ କୌଣସି ମୃତ୍ୟୁ ହୋଇନଥିବା ଚୀନ୍ ଦାବି କରୁଛି । କିନ୍ତୁ ସହରରେ ଲାଗିଥିବା ଲକଡାଉନ୍ ଚୀନର ମିଛକୁ ପଦାରେ ପକାଇଦେଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe