କନକ ବ୍ୟୁରୋ : ଚୀନ୍ ଲଗାତାର ଭାରତର ସୀମାରେ ଅନୁପ୍ରବେଶ କରୁଥିବାର ଅନେକ ସମୟରେ ଖବର ସାମ୍ନାକୁ ଆସୁଛି । କେବଳ ଅନୁପ୍ରବେଶ କରୁନାହିଁ ବରଂ ଅବୈଧ ରୂପେ ଭାରତର ଜମିକୁ କବଜା କରିବାକୁ ମଧ୍ୟ ଯୋଜନା କରୁଛି । ଆଉ ଏବେ ସୁଦ୍ଧା ଭାରତର ୩୮ ହଜାର ବର୍ଗ କିଲୋମିଟର ଜମିକୁ ଚୀନ୍ ଅବୈଧ ରୂପେ କବଜା କରିଛି । ଲଗାତାର ୬ ଦଶନ୍ଧି ଧରି ଏଭଳି କାର୍ଯ୍ୟ ଜାରି ରଖିଛି ଡ୍ରାଗନବାହିନୀ । ଏନେଇ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଏଭଳି କୁହାଯାଇଛି । କେନ୍ଦ୍ରମନ୍ତ୍ରୀ ବି ମୁରଲୀଧରନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଗତ ୬ ଦଶନ୍ଧି ହେବ ଚୀନ୍ ପ୍ରାୟ ୩୮ ହଜାର ବର୍ଗ କିଲୋମିଟର ଅଞ୍ଚଳ ଅବୈଧ ରୂପେ କବଜା କରି ରଖିଛି । ୧୯୬୩ରେ ପାକିସ୍ତାନ ଅବୈଧ ରୂପେ କବଜା କରିଥିବା ଶକ୍ସଗାମ ଘାଟିର ୫ ହଜାର ୧୮୦ ବର୍ଗ କିଲୋମିଟର ଅଞ୍ଚଳକୁ ଚୀନ୍ ହାତରେ ଟେକି ଦେଇଛି ।
ସବୁଠୁ ବଡ କଥା ହେଲା, ଏହି ଘାଟି ଦେଇ ଚୀନ୍ ନିଜର ଚୀନ-ପାକିସ୍ତାନ ଇକୋନୋମିକ କରିଡର ନିର୍ମାଣ କରୁଛି । ଯାହାକୁ ଭାରତ ବାରମ୍ବାର ବିରୋଧ କରି ଆସିଛି । ଏସବୁ ଭିତରେ ଏହି ଘଟଣାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୩ ଫେବ୍ରୁଆରୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ରାହୁଲ କହିଥିଲେ, କେନ୍ଦ୍ର ସରକାରଙ୍କ ଭୁଲ ନୀତି କାରଣରୁ ଚୀନ୍ ଓ ପାକିସ୍ତାନ ଏବେ ଏକାଠି ହୋଇଛନ୍ତି । ଏହାଛଡା ଭାରତର ବିଦେଶୀ ନୀତିକୁ ମଧ୍ୟ ରାହୁଲ ସମାଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/LAC-India-China-disengagement_1200x768.jpeg)