ଚୀନ୍-ପାକିସ୍ତାନ ଭାଇ ଭାଇ ସମ୍ପର୍କରେ ଫାଟ ! ବେଜି ବିରୋଧରେ ରାସ୍ତାକୁ ଓହ୍ଲାଇଲେ ପାକିସ୍ତାନୀ

294

କନକ ବ୍ୟୁରୋ : ପାକିସ୍ତାନରେ ଚୀନ୍ ବିରୋଧୀ ନାରା । ଚୀନର କାର୍ଯ୍ୟକଳାପକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ପାକିସ୍ତାନୀ । ଭାଇ ଭାଇ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଚୀନର ବିସ୍ତାରବାଦି ନୀତି ଆଗରେ ଭାଇ ବି ପର ହୋଇଯାଇଛି । ଚୀନ କେବଳ ତାର ପଡୋସୀ ରାଷ୍ଟ୍ରମାନଙ୍କ ସହ ବିସ୍ତାନବାଦି ନୀତି ଆପଣାଇନି । ଚୀନକୁ ପ୍ରିୟ ମିତ୍ର କହିଆସୁଥିବା ପାକିସ୍ତାନ ଉପରେ ବି ବିସ୍ତାରବାଦି ନୀତି ଆପଣାଇଛି ଚୀନ୍ ।
ଚୀନର ମହତ୍ୱାକାଙ୍ଖୀ ପ୍ରୋଜେକ୍ଟ ଚୀନ୍-ପାକିସ୍ତାନ ଇକୋନୋମିକ କରିଡରକୁ ନେଇ ବିବାଦ ବଢିବାରେ ଲାଗିଛି । ଗତ କିଛିଦିନ ପୂର୍ବରୁ ମିଡିଆ ରିପୋର୍ଟରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଥିଲା ପାକିସ୍ତାନର ଗ୍ୱାଦର ବନ୍ଦରରେ ଚୀନ୍ ଟ୍ରଲରକୁ ମାଛ ଧରିବା ପାଇଁ ଅନୁମତି ଦେଇଛି ବେଜିଂ । ଯାହାକୁ ନେଇ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି । ଏହି ଘଟଣାକୁ ନେଇ ଯେତେବେଳେ ଜଣେ ପତ୍ରକାର ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତାଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ଚିହିଁକି ଉଠିଥିଲେ ଝାଓ ଲିଜିୟନ୍ । କହିଥିଲେ ଏହି ପ୍ରୋଜେକ୍ଟକୁ ନେଇ ମିଡିଆ ଫେକ୍ ନ୍ୟୁଜ୍ ପ୍ରଶାରଣ କରୁଛନ୍ତି । ଚୀନ୍ ଏହାକୁ ଦୃଢତାର ସହ ଖାରଜ କରୁଛି ।