ତାଇବାନକୁ ଚାରିଆଡୁ ଘେରୁଛି ଚୀନ୍ । ତାଇବାନ୍ ସୀମାରେ ବାରମ୍ବର ଉଡୁଛି ଚୀନ୍ ଯୁଦ୍ଧବିମାନ

168

କନକ ବ୍ୟୁରୋ : ଚୀନ୍ ଓ ତାଇବାନ ମଧ୍ୟରେ ବିବାଦ ଲଗାତାର ଜାରି ରହିଛି । ତାଇବାନ୍ ଉପରେ ଚୀନର ଦୃଷ୍ଟି ରହିଛି । ତେଣୁ ପୁଣି ଥରେ ଚୀନ୍ ତାଇବାନ୍ ସୀମାରେ ପଶି ତାର ମନମାନି ଚଳାଇଆସୁଛି । ତାଇବାନର ପ୍ରତିରକ୍ଷା ମନ୍ତ୍ରାଳୟ ଦୁଇ ଦିନ ମଧ୍ୟରେ ୨୬ଟି ସୈନ୍ୟ ବିମାନ ଏବଂ ୭ଟି ନୌସେନା ଜାହାଜକୁ ଟ୍ରାକ୍ କରାଯାଇଛି । ଗତକାଲି ଏବଂ ଆଜି ସାକାଳ ପ୍ରାୟ ୬ଟାରେ ଏହି ଯୁଦ୍ଧ ଜାହାଜ ଗୁଡିକୁ ଟ୍ରାକ୍ କରାଯାଇଛି ।

ଚୀନ୍ ଆଜି ସକାଳ ୬ଟାରେ ବି.ଜେଡ୍.କେ ଡ୍ରୋନ୍, ୪ଟି ସୁକୋଇ-ସୁ-୩୦ ଫାଇଟର୍ ଜେଟ୍ । ଜେ-୧୬ ଫାଇଟର୍ ଜେଟ୍, ଜେ-୧୦ ଫାଇଟର୍ ଜେଟ୍, ଜେଡ୍-୯ ଫାଇଟର୍ ହେଲିକପ୍ଟର ସାମିଲ ଥିଲା । ଚୀନ୍ ତାଇବାନ ସୀମା ମଧ୍ୟକୁ ପ୍ରବେଶ କରି ଶକ୍ତି ବାରମ୍ବାର ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ

ହେଉଥିବା ବେଳେ ତାଇବାନ୍ ସୀମାରେ ବାରମ୍ବର ପ୍ରବେଶ କରି ଯୁଦ୍ଧ ପାଇଁ ତାଇବାନରୁ ଉସକାଉଛି ।
ଚୀନ୍ କେବେବି ତାର ବିସ୍ତାରବାଦୀ ନୀତିରୁ ଓହରିପାରୁନି । ସବୁ ପଡୋଷି ରାଷ୍ଟ୍ରଙ୍କ ସହ ଚୀନର ସୀମା ବିବାଦ ଲାଗିରହିଛି । କେବଳ ତାଇବାନ୍ ନୁହେଁ ଭାରତ ସହ ମଧ୍ୟ ଦୀର୍ଘ ବର୍ଷ ଧରି ବିବାଦ ଚାଲିଆସୁଛି । ଯାହାକୁ ନେଇ ଉତ୍ତେଜନା ବଢୁଥିବା ବେଳେ ତାଇବାନ୍ ସୀମାରେ ଚୀନର ଯୁଦ୍ଧ ଯାହାଜ ପ୍ରବେଶ କରିବା ଯୁଦ୍ଧ ଆଶଙ୍କା ବଢାଉଛି