ଦ୍ରୁତଗାମୀ ବୁଲେଟ୍ ଟ୍ରେନ ପରେ ଚୀନ ପ୍ରସ୍ତୁତ କଲା ପବନରେ ଚାଲୁଥିବା ଟ୍ରେନ୍ । ଭାଇରାଲ ହେଉଛି ଫଟୋ

405

କନକ ବ୍ୟୁରୋ : ସବୁବେଳେ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଜିନିଷ ପ୍ରସ୍ତୁତ କରି ଚର୍ଚ୍ଚାରେ ଥାଏ ଚୀନ । କେତେବେଳେ ଦ୍ୱିତୀୟ ଚନ୍ଦ୍ର ତ କେତେବେଳେ ବୁଲେଟ୍ ଟ୍ରେନ । ହେଲେ ଏବେ ଏମିତି ଏକ ରେଳ ନିର୍ମାଣ କରିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆପଣ ଜାଣନ୍ତି କି ଟ୍ରେନ୍ କେବଳ ମାଟି ଉପରେ ପ୍ରସ୍ତୁତ ହୋଇଥିବା ଲୁହା ଧାରଣାରେ ଚାଲିଥାଏ । ହେଲେ ଚୀନ ପ୍ରସ୍ତୁତ କରିଥିବା ଟ୍ରେନ ଏବେ ଆକାଶରେ ଉଡିବ ।

ଏବେ ଚୀନ ଅଟୋନୋମସ ‘ସ୍କାଇ ଟ୍ରେନ’ ନିର୍ମାଣ କରି ପୁଣି ଏକ ରେକର୍ଡର ଅଧିକାରୀ ହୋଇଛି । ଚୀନ ପ୍ରଥମେ ଅଟୋନୋମସ ଓଲ୍ଟ ୧୪୭ ଓ ଏବେ ଓଲ୍ଟ ୧୪୮ ଭଳି ପବନରେ ଚାଳିତ ଟ୍ରେନ ନିର୍ମାଣ କରିଛି । ଏହି ଟ୍ରେନ ମାଟି ଉପରେ ପ୍ରସ୍ତୁତ ରେଳ ଧାରଣା ପରିବର୍ତ୍ତେ ପବନରେ ଚାଲିବ ।

ନୂଆ ଟେକ୍ନୋଲୋଜି ‘ଦି ସସ୍ପେନ୍ସ ରେଲୱେ’ ଆଧାରରେ ଏହି ଟ୍ରେନର ନିର୍ମାଣ କରାଯାଇଛି । ଅର୍ଥାତ ଏହା ମାଟି ଉପରେ ନୁହେଁ ପବନରେ ବିଛାଯାଇଥିବା ରେଳ ଧାରଣା ଉପରେ ଏହା ଗତିଶୀଳ ହେବ । ପବନରେ ଏହା ଝୁଲନ୍ତା ଅବସ୍ଥାରେ ଚାଲୁଥିବା ଫଟୋ ଭାଇରାଲ ହେବା ପରେ ସାରା ଦୁନିଆର ନଜର ପୁଣିଥରେ ଚୀନ ଆଡକୁ ଆକର୍ଶିତ ହୋଇଛି । ଏକା ସାଙ୍ଗରେ ଅନେକ ଯାତ୍ରୀ ନେଇ ଚାଲିପାରୁଥିବା କ୍ଷମତା ଏହି ସ୍କାଇ ଟ୍ରେନରେ ରହିଛି ।

ଏଭଳି ଟ୍ରେନକୁ କେବଳ ଛୋଟ ଛୋଟ ସହର ମଧ୍ୟରେ ଏବେ ଚଳାଇବାର ଯୋଜନା ରହିଛି । ଏହାର ବଗି ଗୁଡିକୁ ଏତେ ସୁନ୍ଦର ଡିଜାଇନ କରାଯାଇଛି ଯେ ଲୋକମାନେ ଏଥିରେ ଯାତ୍ରା କରିବାକୁ ନିଶ୍ଚିନ୍ତ ଆକର୍ଶିତ ହେବେ ।

ଅଟୋନୋମସ ସ୍କାଇ ଟ୍ରେନ ନିର୍ମାଣ ପାଇଁ ୨୦୧୮ ବିଲୟନ ୟୁଆନ ଖର୍ଚ୍ଚ ହୋଇଛି । ଏହା ଘଂଟା ପ୍ରତି ୮୦ କିଲୋମିଟର ବେଗରେ ଗତି କରିପାରିବ । ଏହି ଟ୍ରେନ ଏକା ସାଙ୍ଗରେ ୨୦୦ ଯାତ୍ରୀକୁ ପରିବହନ କରିପାରିବ ବୋଲି କୁହାଯାଇଛି ।
ଏହି ସ୍କାଇଟ୍ରେନ ନିର୍ମାଣ କରିଥିବା ଝାଙ୍ଗଟାଙ୍ଗ ଏୟାର ରେଳ ବିଭାଗର ଡେପୁଟି ନିର୍ଦ୍ଦେଶକ ଝାଂଗ ମୀନ କହିଛନ୍ତି କି ନୂଆ ପିଢୀର ଏହି ଟ୍ରେନର ଉଜନ ୨.୫ ଟନ୍ । ଯାହାକି ପାରମ୍ପାରିକ ଟ୍ରେନର ଉଜନ ଠାରୁ ଅଧା ଟନ୍ କମ୍ ।