ଭାରତ - ପାକ୍ ଭିତରେ ଚାଲିଥିବା ଗମ୍ଭୀର ସ୍ଥିତିକୁ ଦେଖି ପଡୋଶୀ ଦେଶ ଚୀନ୍ ଏକ ବଡ ନିଷ୍ପତି ନେଇଛି । ପାକ୍ ରୁ ଆସୁଥିବା ଏବଂ ଯାଉଥିବା ସବୁ ଫ୍ଲାଇଟକୁ ଚୀନ୍ ରଦ୍ଧ କରିଛି । ଏହାର ଖବର ଚୀନ୍ ମିଡିଆ ପ୍ରସାରଣ କରିଛି । ଆପଣଙ୍କୁ କହିରଖୁଛୁ କି ପାକ୍ ନିଜର ଏୟାରସ୍ପେଶ୍ କୁ ବନ୍ଦ କରିଦେଇଛି । ଏହି କାରଣରୁ ୟୁରୋପ ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ପ୍ରମୁଖ ମାର୍ଗ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ଯାତ୍ରୀ ଏଥିପାଇଁ ଫସି ଯାଇଛନ୍ତି ।
ଚୀନ୍ ଖବରକାଗଜରେ ଏହି ଫ୍ଲାଇଟ ସବୁର ଉଡାଣକୁ ରୋକା ଯାଇଥିବା କଥା କୁହାଯାଇଛି । ପାକିସ୍ତାନର ଏକ ଖବରକାଗଜ ଅନୁସାରେ ପାକିସ୍ତାନ ଏବଂ ଚୀନ୍ ଭିତରେ ସପ୍ତାହକୁ ୨୨ ଟି ବିମାନ ଉଡିଥାଏ । ପାକିସ୍ତାନ ତରଫରୁ ଏୟାରଲାଇନ୍ସ ବନ୍ଦ ହେବା ପରେ ବିଦେଶୀ ଏୟାରଲାଇନ୍ସରେ ଚୀନ୍ ସକାରାତ୍ମକ ଉପାୟ ନେବା କଥା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/1-15.jpg)
/kanak/media/post_attachments/wp-content/uploads/2019/03/beijing-capital-international-airport-768-1551419745-300x205.jpg)