ପୁଣି ଲଦାଖରେ ଉତେଜନା । ଭାରତର ସୀମାରେ ଚୀନ ସୈନିକଙ୍କ ଅନୁପ୍ରବେଶ, ଗିରଫ କଲା ଭାରତୀୟ ସେନା… ତୁରନ୍ତ ଛାଡିବାକୁ ବେଜିଂର ଦାବି 

ଭାରତୀୟ ସୀମାକୁ ପ୍ରବେଶ କରିଥିବା ଚୀନ୍ ସୈନିକଙ୍କ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି ଚୀନ୍ ।

390
କନକ ବ୍ୟୁରୋ: ଭାରତ ଚୀନ ଲଦାଖ ସୀମାରେ ଉତେଜନା । ଭାରତୀୟ ସୀମାକୁ ପ୍ରବେଶ କରିଥିବା ଚୀନ୍ ସୈନିକଙ୍କ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି ଚୀନ୍ । ଚୀନ୍ ସୈନିକର ଅନୁପ୍ରବେଶ ପରେ ହଟଲାଇନ ଜରିଆରେ ଚୀନ୍ ସେନାକୁ ଏନେଇ ଅବଗତ କରିଥିଲା ଭାରତୀୟ ସେନା ।
ସେନା ଦେଇଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛି ଭାରତୀୟ ସେନା । ତେବେ ପିଏଲଲ ସୈନିକ ଜଣକ ବାଟ ଭୁଲିଯାଇ କିମ୍ବା ଉଦ୍ଦେଶ୍ୟ ମୂଳକ ଭାବେ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅଟକ ଚୀନ ସେନାକୁ ଜେରା କରୁଛି ଭାରତୀୟ ସେନା । ତେବେ ଭାରତୀୟ ସେନା କହିଛି ପ୍ରକୃତରେ କେଉଁ ପରିସ୍ଥିତିରେ ଚୀନ ଆର୍ମି ସୈନିକ ଭାରତ ସୀମାରେ ଅନୁପ୍ରବେଶ କରିଥିଲେ ସେ ଏନେଇ ତଦନ୍ତ କରାଯିବ । ପଚରା ଉଚରା ପରେ ଚୀନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇପାରେ । ସୁଚନା ଅନୁସାରେ ଜାନୁଆରୀ ୮ତାରିଖରେ ଏଲଏଏସିର ଭାରତୀୟ ସୀମା ଭିତରକୁ ଚୀନର ଜଣେ ସେନା ପଶିଆସିଥିଲା । ସେଠାରେ ମୁତୟନ ଥିବା ଭାରତୀୟ ସେନା ତାକୁ ଅଟକ ରଖିଛନ୍ତି । ଗତ ବର୍ଷ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତେଜନା ପରେ ସ୍ଥାନୀୟ ଅଂଚଳରେ ଉଭୟ ରାଷ୍ଟ୍ରର ସେନା ମୁତୟନ ହୋଇଛନ୍ତି । ଗତ ଅକ୍ଟୋବର ମାସରେ ଚୀନର କର୍ପୋରାଲ ୟାଙ୍ଗ ୟା ଲଙ୍ଗ  ଭାରତୀୟ ସୀମାରେ ଭୁଲବଶତଃ ଅନୁପ୍ରବେଶ କରିଥିଲେ ପରେ ତାଙ୍କୁ ଛାଡି ଦେଇଥିଲା ଭାରତ ।