ଏଲଏସି ନିକଟରେ ପୋଲ, ରାସ୍ତା ନିର୍ମାଣ କରୁଛି ଚୀନ! ଯୋଗାଯୋଗ ସୁଦୃଢ ପାଇଁ ନିର୍ମାଣ କରୁଛି ୫ଜି ଟାୱାର

81

କନକ ବ୍ୟୁରୋ : ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଛି ଗତିରୋଧ । ଏଲଏସି ନିକଟରେ ଡ୍ରାଗନର ଅନୁପ୍ରବେଶ ଉଦ୍ୟମ ଓ ଭାରତର ପ୍ରତିରୋଧକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତାପୂର୍ଣ୍ଣ ସ୍ଥିତି ଜାରିରହିଛି । ଏହା ଭିତରେ ସାମ୍ନାକୁ ଆସିଛି ନୂଆ ଖବର । ଚୀନ ଲଦାଖ ସୀମା ନିକଟରେ ଏବେ ଫାଇଭ-ଜି ଟାୱାର ନିର୍ମାଣ କରୁଥିବା କୁହାଯାଇଛି । ପାହାଡିଆ ଲଦାଖରେ ଯେଉଁଠି ଟୁ-ଜିଠୁ ନେଇ ଫୋର-ଜି ସଠିକ ଭାବେ କାମ କରୁନି ସେଠି ଫାଇଭ-ଜି ଟାୱାର ନିର୍ମାଣ କରି ଚୀନ ନିଜର ଯୋଗାଯୋଗକୁ ମଜୁବତ କରିବାକୁ ନୂଆ ଚାଲ ଆରମ୍ଭ କରିଛି ।

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇଛନ୍ତି ଚୁଶୁଲ୍ ର କାଉନସିଲର କୋନଚୋକ୍ ଷ୍ଟାନଜିନ୍ । ସେ କହିଛନ୍ତି କି ଲଦାଖ ଓ ଏହାର ଆଖପାଖ ଅଂଚଳରେ ଯୋଗାଯୋଗ ଓ ଦୂରସଂଚାରର ସ୍ଥିିିତି କିଛି ଭଲ ନାହିଁ । ଏଭଳି ସ୍ଥିିତିରେ ଚୀନ ଏଠାରେ ଫାଇଭ-ଜି ଟାୱାର ଲଗାଇ ନିଜର ଯୋଗାଯୋଗକୁ ଅଧିକ ମଜବୁତ କରିବାକୁ ଚେଷ୍ଟା କରୁଛିା

ସ୍ଥାନୀୟ କାଉନସିଲ ଏକଥା ମଧ୍ୟ କହିଛନ୍ତି କି ଚୀନ ଏଠାରେ ଟନେଲ୍, ବ୍ରିଜ୍, ଓ ରାସ୍ତା ତିଆରି କରାଯାଉଛି । ଏହା ଭବିଷ୍ୟତରେ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ । ଏଭଳି ଆଶଙ୍କାକୁ ସେଠାକାର ସ୍ଥାନୀୟ ବାସିନ୍ଦା ବି ଅନୁଭବ କରିସାରିଲେଣି ।

ସେପଟେ ସୀମା ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସୀମା ନିକଟରେ ପୋଲ, ରାସ୍ତା ଓ ଟନେଲ ନିର୍ମାର କରୁଛି । ବିଆରଓ ଦ୍ୱାରା ୨୦୨୬ ସୁଦ୍ଧା ୭୧ କିଲୋମିଟର ଦୀର୍ଘ ସୁଢଙ୍ଗ ନିର୍ମାଣ ଲକ୍ଷ୍ୟ ରଖିଛି । ସେପଟେ ଚୀନ ଭାରତ ମଧ୍ୟରେ ସମ୍ପର୍କ ସୁଧୁରିବାର ନାଁ ଧରୁନାହିଁ । ଗତିରୋଧକୁ ରୋକିବା ପାଇଁ ଦୁଇ ଦେଶ ମଧ୍ୟରେ ୧୫ ଥର ଆଲୋଚନା ସରିଲାଣି । କିନ୍ତୁ ଏଯାଏଁ ସମାଧାନର କୌଣସି ବାଟ ବାହାରିପାରୁନାହିଁ । ୧୭ ଜୁଲାଇରେ ଉଭୟ ଦେଶ ମଧ୍ୟରେ ପୁଣି ବୈଠକ ବସିବାକୁ ଯାଉଛି ।