ଆମେରିକା ଏଫଏସଏର ଦାବି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚୀନ ନିର୍ମାଣ କରୁଛି ସବୁଠାରୁ ବଡ ମିସାଇଲ ବଙ୍କର

137

କନକ ବ୍ୟୁରୋ :  ଆମେରିକାର ଥିଙ୍କ ଟ୍ୟାଙ୍କ୍ ଫେଡରେଶନ (ଏଫଏଏସ) ଏକ ବଡ ଖୋଲାସା କରିଛି । ଏଫଏଏସ ତରଫରୁ ପ୍ଲାନେଟ ଲ୍ୟାବ ଓ ମ୍ୟାକସାର ଟେକ୍ନୋଲୋଜୀ ଦ୍ୱାରା ଉପଲବ୍ଧ ହୋଇଥିବା ଫଟୋ ମାଧ୍ୟମରେ ଦାବି କରିଛି କି ଚୀନ ୩ ଟି ସ୍ଥାନରେ ମିସାଇଲ ଭଣ୍ଡାରଗୃହ ନିର୍ମାଣ କରିଛି । ଏହି ଫଟୋରେ ତିନୋଟି ଭଣ୍ଡାରଗୃହ ଦେଖାଯାଇଛି । ମାତ୍ର ଏଫଏଏସ ଦାବି କରିଛି କି ଏସିଆ ମହାଦେଶର କିଛି ଦେଶ ୩୦୦ ଟି ନୂଆ ମିସାଇଲ ଭଣ୍ଡାରଗୃହ ନିର୍ମାଣ କରୁଛି । ଏଫଏଏସର ବିଶେଷଜ୍ଞମାନେ ଦାବି କରିଛନ୍ତି କି ଏହି କାମ ଯେତେ ଦ୍ରୁତ ଗତିରେ ଚାଲିଛି ଏଥିରୁ ଅନୁମାନ କରାଯାଉଛି କି ଏସବୁ ଚୀନ ସେନାର ଆଧୁନିକରଣ କାର୍ଯ୍ୟ । ଏଫଏସର ମିସାଇଲ ଭଣ୍ଡାରଗୃହ ନିର୍ମାଣ କାମ ଦ୍ରୁତ ଗତିରେ ଚାଲୁଥିବା ନେଇ ସାପ୍ତାହିକ ଆଧାରରେ ଦାବି କରିଛି ।

ଏଫଏଏସ ରିପୋର୍ଟର ଲେଖକ ମେଟା ଫୋର୍ଡା ଓ ହଂସ ଏମ୍ କ୍ରିଷ୍ଟେସନ ମଙ୍ଗଳବାର ଦିନ କହିଛନ୍ତି କି “ଏହା ଚୀନର ଅଦ୍ଭୁତପୂର୍ଣ୍ଣ ପରାମାଣୁ ନିର୍ମାଣ” ସେ ଆହୁରି କହିଛନ୍ତି କି ଚୀନଦ୍ୱାରା ନ୍ୟୁନତମ ସ୍ତରରେ ପରମାଣୁ ବ୍ୟବହାର ଓ ତାର ନୀତିଗୁଡିକ ବାବଦରେ ପ୍ରଶ୍ନ ଉଠୁଛି । ରିପୋର୍ଟରେ କୁହାଯାଇଛି କି ମିସାଇଲ ଭଣ୍ଡାରଗୃହ କ୍ଷେତ୍ର ଆରମ୍ଭ ହେବାକୁ ଏବେ ଅନେକ ବର୍ଷ ଲାଗିବ, ହେଲେ ଦେଖିବାକୁ ରହିଲା କି ଭବିଷ୍ୟତରେ ଚୀନ କିଭଳି ଏହାର ବ୍ୟବହାର କରୁଛି ।

ମେଟା ଫୋର୍ଡା ଓ ହଂସ ଏମ୍ କ୍ରିଷ୍ଟେସନଙ୍କ ଭୟ ହେଉଛି କି ଯେତେ ଦ୍ରୁତଗତିରେ ଚୀନ ମିସାଇଲ ଗୃହଭଣ୍ଡାର ନିର୍ମାଣ କରୁଛି ଲାଗୁଛି କି ଏହାଦ୍ୱାରା ପରମାଣୁ ଅନୁକରଣ ବୃଦ୍ଧି ପାଇପାରେ । କହିରଖୁ କି ଚଳିତ ବର୍ଷ ଜୁନ ମାସରେ ମିସାଇଲ ଭଣ୍ଡାରଗୃହ ବାବଦରେ ସୂଚନା ମିଳିଥିଲା ।

ଏବେ ଆଇଏଫଏସ କହିଛି କି ‘ଚୀନ ପରମାଣୁ ଅସ୍ତ୍ରର ଏହା ହେଉଛି ସବୁଠାରୁ ମହତ୍ୱପୂର୍ଣ୍ଣ ବିସ୍ତାର’ ଶୀତଳ ଯୁଦ୍ଧ ବେଳେ ଆମେରିକା ଓ ସୋଭିୟତ ୟୁନିୟନ ବନାଇଥିବା ମିସାଇଲ ଭଣ୍ଡାରଗୃହ ପରେ ଏହା ସବୁଠାରୁ ବଡ ମିସାଇଲ ଭଣ୍ଡାରଗୃହ ।