ମାଲିକଙ୍କ ମହତପଣିଆ: ପରିଶ୍ରମକୁ କଲେ ସମ୍ମାନ । କମ୍ପାନୀଙ୍କୁ ଫାଇଦା ମିଳିବାରୁ କର୍ମଚାରୀଙ୍କ ଜୋତା ଖୋଲି ପାଦ ଧୋଇଦେଲେ ମାଲିକ ।

1,636

କନକ ବ୍ୟୁରୋ: କର୍ମଚାରୀଙ୍କ ପାଦ ଧୋଇଦେଲେ ମାଲିକ । କମ୍ପାନୀକୁ ଫାଇଦା ମିଳିବା ପରେ କର୍ମଚାରୀଙ୍କ ପାଦ ଧୋଇଦେଲେ କମ୍ପାନୀ ମାଲିକ । କର୍ମଚାରୀମାନେ ଭଲ କାମ କରି କମ୍ପାନୀକୁ ଏଭଲି ଲାଭ ଦେଇଥିବାରୁ କମ୍ପାନୀର ସଭାପତି (ମାଲିକ) ଓ ଜଣେ ମହିଳା ଅଧିକାରୀ ସେମାନଙ୍କ ପାଦ ଧୋଇଦେଇ ସେମାନଙ୍କ ପରିଶ୍ରମକୁ ସମ୍ମାନ ଦେଇଛନ୍ତି ।

ତେବେ ଚୀନର ଏକ କସମେଟିକ୍ କମ୍ପାନିକୁ ଚଳିତ ବର୍ଷ ଫାଇଦା ହୋଇଛି। କମ୍ପାନି ଏଥିପାଇଁ ଏକ ପାର୍ଟିର ଆୟୋଜନ କରିଥିଲା। ଯେଉଁଠାରେ କମ୍ପାନି ମାଲିକ ୮ ଜଣ କର୍ମଚାରୀଙ୍କ ପାଦ ଧୋଇ ସେମାନଙ୍କୁ ସମ୍ମାନୀତ କରିଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଛି। କମ୍ପାନି ଟପ ସେଲ୍ସ ଷ୍ଟାଫଙ୍କୁ ମଞ୍ଚକୁ ଡକାଇ ଚୌକିରେ ବସାଇ ସେମାନଙ୍କ ଜୋତା ଓ ମୋଜା ଓହ୍ଲାଇ ପାଦ ଧୋଇଥିଲେ।

କମ୍ପାନିର ମାଲିକଙ୍କ କହିବାନୁସାରେ, କର୍ମଚାରୀଙ୍କୁ ଆଓ୍ଵାର୍ଡ ଅଫ ଦ ଇୟର ସମସ୍ତ କମ୍ପାନି ଦେଇଥାଆନ୍ତି। କିନ୍ତୁ ଭଲ କାମ କରୁଥିବା କର୍ମଚାରୀଙ୍କ ପ୍ରତି ଆମର ଏଭଳି ପ୍ରୟାସ କର୍ମଚାରୀଙ୍କୁ ଆଗକୁ ସେଭଳି ଭଲ କାମ କରିବାର ପ୍ରେରଣା ଯୋଗାଇବ।

Comments are closed.