ଜୈଶର  ମୁଖ୍ୟ ମସୁଦ ଅଜହରକୁ  ସୁରକ୍ଷା ଦେଲା ଚୀନ । ଆପତି ଯୋଗୁଁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ହୋଇପାରିଲାନି ମସୁଦ, ବୈଦେଶିକ ମନ୍ତ୍ରଣାଳୟ କହିଲା ଆତଙ୍କବାଦୀ ବିରୋଧରେ ଜାରି ରହିବ ଲଢେଇ 

ଜୈଶର  ମୁଖ୍ୟ ମସୁଦ ଅଜହରକୁ  ସୁରକ୍ଷା ଦେଲା ଚୀନ । ଆପତି ଯୋଗୁଁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ହୋଇପାରିଲାନି ମସୁଦ, ବୈଦେଶିକ ମନ୍ତ୍ରଣାଳୟ କହିଲା ଆତଙ୍କବାଦୀ ବିରୋଧରେ ଜାରି ରହିବ ଲଢେଇ 
କନକ ବ୍ୟୁରୋ : ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦର ମୁଖିଆ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦର ପ୍ରୟାସକୁ ଚୀନ୍ ପୁଣି ଥରେ ଭଣ୍ଡୁର କରିଦେଇଛି। ସୁରକ୍ଷା ପରିଷଦର ଅନ୍ୟ ୪ ରାଷ୍ଟ୍ର (ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଏବଂ ରୁଷିଆ)ର ଦୃଢ଼ ସମର୍ଥନ ସତ୍ତ୍ବେ ମସୁଦ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଜାତିସଂଘ ଘୋଷଣା କରିବାରେ ସକ୍ଷମ ହୋଇନାହିଁ। ଏ ବାବଦ ପ୍ରସ୍ତାବ କାର୍ଯ୍ୟକାରୀ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଚୀନ୍ ନିରପତ୍ତା ପରିଷଦର ପଦକ୍ଷେପକୁ ବିରୋଧ କରିଥିଲା ଏବଂ ୨୦୧୭ରେ ମସୁଦ୍କୁ ନେଇ ଥିବା ସ୍ଥିତି ଏବେ ବି କାଏମ ରଖିବା ପାଇଁ ଜୋରଦାର ଦାବି ଉପସ୍ଥାପନ କରିଥିଲା।

india-china Source:
media2.intoday.in

ଚୀନ୍ ସୁରକ୍ଷା ପରିଷଦରେ ୨୦୧୭ରେ ଭିଟୋ ପ୍ରୟୋଗ କରି ମସୁଦ୍କୁ ସୁରକ୍ଷା ଦେଇଥିଲା ଏବଂ ଚତୁର୍ଥ ଥର ପାଇଁ ସୁରକ୍ଷା ପରିଷଦର ପ୍ରୟାସକୁ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ଭଣ୍ଡୁର କରିଦେଇଛି। ପାକିସ୍ତାନ-ଚୀନ୍ ଆର୍ଥିକ କରିଡରରୁ ସର୍ବାଧିକ ଫାଇଦା ଉଠାଇବାକୁ ଚାହୁଥିବା ଚୀନ୍ ଏବେ ପାକିସ୍ତାନକୁ ଖୁସି କରିବା ଏବଂ ଭାରତରେ ଅସ୍ଥିରତା ପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ଏହାକୁ ବିଭିନ୍ନ ରାଷ୍ଟ୍ର ନାପସନ୍ଦ କରିଛନ୍ତି। ଚୀନର ଏଭଳି ଆଭିମୁଖ୍ୟ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବଡ଼ ବିପଦ ହେବ ବୋଲି ଆମେରିକା ଚେତାଇ ଦେଇଛି।

publive-image image courtesy - www.oneindia.com

ଚୀନ୍ ମସୁଦ୍କୁ ସୁରକ୍ଷା ଦେଇ କହିଛି ଯେ ମସୁଦ୍ ସଂପର୍କରେ ସମସ୍ତ ପକ୍ଷକୁ ସୁହାଇଲା ଭଳି ପଦକ୍ଷେପ ନିଆଯିବା ଉଚିତ। ମସୁଦ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ପ୍ରମାଣ ଏକତ୍ରିତ ହେବା ଆବଶ୍ୟକ ଏବଂ ଏ ନେଇ ସହମତି ମଧ୍ୟ ଜରୁରୀ ବୋଲି ଚୀନ୍ କହିଛି। ମସୁଦ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ , ପୁଲୱାମା ଆକ୍ରମଣ ସଂକ୍ରାନ୍ତ ବଳିଷ୍ଠ ପ୍ରମାଣ ଏବଂ ଜୈସର ସ୍ବୀକାରୋକ୍ତି ନେଇ ଅନେକ ତଥ୍ୟ ଭାରତ ଜାତିସଂଘରେ ଉପସ୍ଥାପନ କରିଥିଲା। କଶ୍ମୀରର ପୁଲୱାମାରେ ଜୈସର ଆତ୍ମଘାତୀ ଆକ୍ରମଣ ଯୋଗୁଁ ୪୧ ଜଣ ଯବାନ ସହିଦ ହୋଇଯିବା ପରେ ମସୁଦ୍କୁ ନେଇ ଆମେରିକା ଫ୍ରାନ୍ସ, ବ୍ରିଟେନ୍ ଏବଂ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଏ ବାବଦରେ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ। ଚୀନ୍ ଏ କ୍ଷେତ୍ରରେ ଲଗାତାର ସମସ୍ୟା ସୃଷ୍ଟି କରି ମସୁଦ୍କୁ ସୁରକ୍ଷା ଦେଇ ଚାଲିଛି। ତେବେ ଆତଙ୍କବାଦ ନେଇ ଚୀନ୍ ଭଳି ରାଷ୍ଟ୍ରର ଦୋମୁହାଁ ନୀତି ଏବଂ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ପ୍ରତି ଦରଦ ଜାତିସଂଘରେ ଏହାର ମୁଖା ଖୋଲିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe