ସାମ୍ନାକୁ ଆସିଲା ଚୀନର ଆତଙ୍କବାଦ ପ୍ରୀତି: ସାଜିଦ ମୀରକୁ ବ୍ଲାକ ଲିଷ୍ଟ କରାଇବା ପ୍ରସ୍ତାବକୁ ଜାତିସଂଘରେ ଅଟକାଇଲା ଚୀନ୍ 

129

କନକ ବ୍ୟୁରୋ: ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଆମେରିକା ଜାତିସଂଘରେ ପ୍ରସ୍ତାବ ରଖିଥିଲା । ଆମେରିକା ସମେତ ଭାରତ ଓ ଏକାଧିକ ରାଷ୍ଟ୍ର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ହେଲେ ଚାଇନା ଏହି ପ୍ରସ୍ତାବକୁ ବିରୋଧ କରିଛି । ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ । ତେଣୁୁ ଭିଟୋ ପାୱାର ପ୍ରୟୋଗ କରି ଏହି ପ୍ରସ୍ତାବ ଉପରେ ରୋକ୍ ଲଗାଇଛି । ଏହି ପ୍ରସ୍ତାବ ଦ୍ୱାରା ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ସହ ତା’ର ସମ୍ପତିକୁ ଜବତ ଓ ଯାତ୍ରା ଉପରେ ବ୍ୟାନ ଲଗାଯାଇଥାଆନ୍ତା । ହେଲେ ଚାଇନା ଏହି ପ୍ରସ୍ତାବକୁ ବିରୋଧ କରିଛି । ମୀର ହେଉଛି ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ । ୨୬/୧୧ ଆତଙ୍କବାଦୀ ହମଲାର ସେ ମୁଖ୍ୟ ଥିଲା । ତା’କୁ ଧରିବା ପାଇଁ ଆମେରିକା ସରକାର ମଧ୍ୟ ୫ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛି । ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ମୀର ଲସ୍କର ଅପରେସନ ମ୍ୟାନେଜର ଭାବେ କାମ କରୁଥିଲା । ଆତଙ୍କବାଦୀ ଯିବା ଆସିବାର ରୋଡ୍ ମ୍ୟାପ ସାଜିଦ ମୀର ପ୍ରସ୍ତୁତ କରିଥିଲା ।