ସମସ୍ତଙ୍କୁ ଟପିଗଲା ଚୀନ୍ । ବିଶ୍ୱ ବାଲାନ୍ସ ସିଟ୍ ଲିଷ୍ଟରେ ସବୁଠୁ ଆଗରେ ।

406

କନକ ବ୍ୟୁରୋ: ବିଶ୍ୱର ବସ୍ କୁହାଯାଉଥିବା ଆମେରିକା ଏବେ ପ୍ରତି କ୍ଷେତ୍ରରେ ପଛରେ ପଡିଯାଇଛି ଏବଂ ଆଗକୁ ଟପିଯାଇଛି ଚୀନ୍ । ଏଥର ଆମେରିକା ଭଳି ବିତ୍ତାଳୀ ଦେଶକୁ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ଦେଶ ଭାବେ ଉଭା ହୋଇଛି ଚୀନ୍ । ନିଜ ରିପୋର୍ଟରେ ପ୍ରକାଶ କରିଛି ସାରା ବିଶ୍ୱର ବାଲାନ୍ସ ସିଟ ଉପରେ ନଜର ରଖୁଥିବା ମ୍ୟାନେଜମେଣ୍ଟ କନସଲଟାଣ୍ଟ ମ୍ୟାକିନ୍ସେ ଆଣ୍ଡ୍ କମ୍ପାନୀ ।

ଗତ ୨୦ ବର୍ଷ ମଧ୍ୟରେ ଚୀନର ଜାତୀୟ ସମ୍ପତ୍ତି ,ସମୃଦ୍ଧ ଆମେରିକାର ସମ୍ପତ୍ତିଠାରୁ ଅନେକାଂଶରେ ବଢିଯାଇଛି ।ଏଥର ଚୀନକୁ ପଛରେ ପକାଇ ଦୁନିଆଁର ସବୁଠୁ ଧନୀ ଦେଶ ଭାବେ ଉଭା ହୋଇଛି ଚୀନ । ଗତ ୨୦ ବର୍ଷ ମଧ୍ୟରେ ସାରା ବିଶ୍ୱର ସମ୍ପତ୍ତି ୩ ଗୁଣା ବଢିଥିବାବେଳେ ଏଥିରୁ କେବଳ ଚୀନର ସମ୍ପତ୍ତି ଏକ ତୃତୀୟାଂଶ(୧/୩) ।  ମ୍ୟାନେଜମେଣ୍ଟ କନସଲଟାଣ୍ଟ ମ୍ୟାକିନ୍ସେ ଆଣ୍ଡ୍ କମ୍ପାନୀର ଅନୁସନ୍ଧାନ ଶାଖା ଏହି ରିପୋର୍ଟ ପ୍ରକାଶ କରିବା ପରେ ଏବେ ସମସ୍ତଙ୍କ ନଜର ଚୀନ ଉପରେ ।

ରିପୋର୍ଟରେ ଏହା ମଧ୍ୟ ଦର୍ଶଯାଇଛି ଯେ, ଦୁନିଆଁର ସବୁଠୁ ଧନଶାଳୀ ଦେଶ ରୂପେ ଚୀନ ଆଗରେ ଥିବାବେଳେ ତା ପରକୁ ରହିଛି ଆମେରିକା । ଏହି ଦୁଇ ଦେଶର ସମ୍ପତ୍ତିର ଅଧିକାଂଶ ଭାଗ କିଛି ଧନୀକ ବ୍ୟକ୍ତିଙ୍କ ପାଖରେ ରହିଛି । ଦୁଇ ଦେଶର ୧୦ ପ୍ରତିଶତ ଲୋକଙ୍କ ପାଖରେ ରହିଛି ସବୁଠୁ ଅଧିକ ଧନ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ଦେଶ ମାନଙ୍କରେ ଧନୀକଙ୍କ ସଂଖ୍ୟା ବଢୁଥିବାରୁ ବିଶ୍ୱରେ ଧନୀ ଗରୀବ ରାଷ୍ଟ୍ରଙ୍କ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ୨୦୦୦ରେ ଚୀନର ସମ୍ପତ୍ତି ୭ ଟିଲିୟନ୍ ଡଲାର ଥିବାବେଳେ ୨୦୨୦ରେ ଏହା ୧୨୦ ଟ୍ରିିଲିୟନ ଡଲାରରେ ପହଞ୍ଚିଛି ।

ଏହି ରିପୋର୍ଟ ମୁତାବକ, ବର୍ଷ ୨୦୦୦ରେ ସାରା ବିଶ୍ୱର ସମ୍ପତ୍ତି ୧୫୬ ଟ୍ରିଲିଅନ୍ ଡଲାର ଥିବାବେଳେ ଏବେ ଏହା ବଢି ୫୧୪ ଟ୍ରିଲିଅନ୍ ଡଲାରରେ ପହଞ୍ଚିଛି । ଏଥିରୁ ୬୮ % ସମ୍ପତ୍ତି ଅସ୍ଥାବର ରୂପେ ଥିବାବେଳେ ବାକି ସମ୍ପତ୍ତି ଦେଶର ବୁନିୟାଦି ଢାଂଚା, ଉଦ୍ୟୋଗ ରୂପରେ ରହିଛି ।