ସାମ୍ନାକୁ ଆସିଲା ଚୀନର ଆଉ ଏକ ଷଡଯନ୍ତ୍ର: ଭାରତରେ ସାଇବର୍ ଆଟାକ୍ କରିପାରେ ଡ୍ରାଗନ୍, ଅଜଣା ମେଲ, ମ୍ୟାସେଜ୍, ଆଟାଚମେଂଟ୍ ଓ ୟୁଆରଏଲରୁ ଦୁରେଇ ରହିବାକୁ ପରାମର୍ଶ

ସତକର୍ତା ପାଇଁ ପରାମର୍ଶ ଜାରି କଲେ କେନ୍ଦ୍ର ସରକାର

664

କନକ ବ୍ୟୁରୋ: ଚୀନ କରିପାରେ ସାଇବର୍ ଆଟାକ୍ । ଏଥିପାଇଁ କେନ୍ଦ୍ର ସରକାର ସତର୍କତାମୂଳକ ସୂଚନା ଜାରି କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କୋଭିଡ୍-୧୯ ଭଳି ଏକ ଭୟଙ୍କର ପରିସ୍ଥିତିରେ କରୋନାକୁ ନେଇ ଚୀନ କରୁଛି ଷଡଯନ୍ତ୍ର । କୋଭିଡ୍-୧୯ ଟେଷ୍ଟର ପ୍ରଲୋଭନକୁ ନେଇ ଷଡଯନ୍ତ୍ର ରଚୁଛି ଡ୍ରାଗନ୍ । ଏଥିପାଇଁ ଆସନ୍ତାକାଲି ଅର୍ଥାତ୍ ଜୁନ ୨୧ ତାରିଖରୁ ପଡ଼ୋଶୀ ସାଇବର ଷଡଯନ୍ତ୍ର ଆରମ୍ଭ କରିପାରେ । ଇମେଲ୍-ଆଇଡି, ଏସ୍ଏମ୍ଏସ୍ ଏବଂ ସୋସିଆଲ ମିଡ଼ିଆ ଜରିଆରେ ସାଇବର ଷଡଯନ୍ତ୍ର କରାଯାଉଥିବା ସୂଚନା ମିଳିଛି ।

ବିଭିନ୍ନ ସରକାରୀ ଓ ବ୍ୟବସାୟିକ ସଂସ୍ଥାର ଜାଲ ପରିଚୟ ଦେଇ, ସାଇବର ଠକେଇ ପାଇଁ ଚୀନ ଚେଷ୍ଟା କରୁଥିବା ଜଣାପଡ଼ିଛି । ତେଣୁ ସତର୍କ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଜାରି କରିଛନ୍ତି । କୋଭିଡ୍-୧୯ର ମାମଲା ପରୀକ୍ଷା ପାଇଁ ବଡ଼ ବଡ଼ ସହରର ଲୋକଙ୍କୁ ଅନ୍ଲାଇନ୍ରେ ପ୍ରଲୋଭିତ କରିପାରେ ଚୀନ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ଅହମ୍ମଦାବାଦରେ କୋଭିଡ-୧୯ ପରୀକ୍ଷାର ଭିନ୍ନ ଭିନ୍ନ ଜାଲ ୱେବ୍ସାଇଟ୍ ଆସିପାରେ । ଦେଶର ପ୍ରାୟ ୨୦ ଲକ୍ଷ ଲୋକଙ୍କର ଇମେଲ-ଆଇଡି ଏହି ଷଡଯନ୍ତ୍ରକାରୀ ଗ୍ରୁପ୍ ପାଖରେ ପହଂଚିଯାଇଥିବା ନେଇ ବି ସୂଚନା ମିଳିଛି । ତେଣୁ ଅଜଣା ଇମେଲ ଏବଂ ଅଜଣା ମେସେଜ୍ରୁ ଦୂରେଇ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି ।

ସେପଟେ, ସୀମାନ୍ତ ପୋଷ୍ଟକୁ ଭାରତ ପଠାଇଲା ଫାଇଟର ଜେଟ୍ ଓ ଆପାଚି ହେଲିକପ୍ଟର । ଚୀନକୁ ଜବାବ ଦେବାକୁ ଭାରତୀୟ ସେନା ଜୋରଦାର ପ୍ରସ୍ତୁତି କରୁଛି । ଆପାଚି ହେଲିକପ୍ଟର ସହ ଫାଇଟର ଜେଟ୍ ଏବେ ଭାରତ-ଚୀନ ସୀମାର ବିବାଦୀୟ ପୋଷ୍ଟ ଗୁଡିକ ଉପରେ ଆକାଶ ମାର୍ଗରୁ ନଜର ରଖୁଛି । ଏଲଏସିରେ ଉତେଜନା ପରେ ପ୍ରଧାନମନ୍ତ୍ରୀ ସିଧାସଳଖ କହିଛନ୍ତି ଯେ, ଭାରତର ଇଂଚେ ଜାଗା ଉପରେ କେହି ବି ନଜର ପକାଇପାରିବେ ନାହିଁ ।