କନକ ବ୍ୟୁରୋ: ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ଏଲଏସିରୁ ପଛକୁ ହଟୁଛନ୍ତି ଚୀନ ସୈନ୍ୟ । ଗୁରୁବାର ପିଙ୍ଗର ୮ ଅଞ୍ଚଳକୁ ଚୀନ୍ ସୈନ୍ୟ ଫେରୁଥିବା ଦେଖିବାକୁ ମିଳିଛି । ଚୀନ ସୈନ୍ୟ ସହିତ ଭାରତୀୟ ଯବାନ ମଧ୍ୟ ପଛକୁ ହଟୁଛନ୍ତି, ଯାହାର ଭିଡିଓକୁୁ ଜାରି କରିଛି ଭାରତ ।
ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ହେବା ପରେ ଏବେ ସହମତି ଭିତ୍ତିରେ ଦୁଇ ଦେଶ ଏଲଏସି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ଗତ ବତବର୍ଷ ଜୁନ ମାସରେ ପୂର୍ବ ଲଦାଖର ବିବାଦୀୟ ପୋଙ୍ଗୋଙ୍ଗ ସୋ ଅଞ୍ଚଳରେ ଭାରତୀୟ ସେନା ଉପରେ ଚୀନ ସେନା ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହାପରଠାରୁ ସୀମାରେ ଦୁଇ ଦେଶ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହୁଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଭାରତ ଓ ଚୀନ ଏହାର ପୋଷ୍ଟ ଗୁଡିକରେ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ । ବର୍ତ୍ତମାନ ଦୁଇ ଦେଶ ଭିତରେ ନବମ ପ୍ରତିରକ୍ଷା ମଣ୍ଡଳୀ ସ୍ତରୀୟ ଆଲୋଚନା ହେବା ପରେ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/19-11.jpg)