ଭାରତୀୟ ଯୁବକଙ୍କୁ ଅପହରଣ କଲା ଚୀନ ଆର୍ମି! ଟ୍ୱିଟ୍ କରି ସୂଚନା ଦେଲେ ସାଂସଦ ତାପ୍ରି ଗାଓ

ଭାରତୀୟ ଯୁବକଙ୍କୁ ଅପହରଣ କଲା ଚୀନ ଆର୍ମି! ଟ୍ୱିଟ୍ କରି ସୂଚନା ଦେଲେ ସାଂସଦ ତାପ୍ରି ଗାଓ

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ଏଲଏସି ନିକଟବର୍ତୀ ଗାଁ ଜିନ୍ଦୋରରେ ୧୭ ବର୍ଷିୟ ଯୁବକକୁ ଅପହରଣ କରି ନେଇଛି ଚୀନ ସେନା । ଏନେଇ ପ୍ରଥମେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସାଂସଦ ତାପ୍ରି ଗାଓ ।

ଟ୍ୱିଟ୍ କରି ସେ କହିଛନ୍ତି, ୧୭ ବର୍ଷୀୟ ଯୁବକ ମିରାମ ତରୋନ୍କୁ ଚୀନ ଆର୍ମି ଅପହରଣ କରି ନେଇଛି । ୧୮ ଜାନୁୟାରୀ,୨୦୨୨ରେ ଭାରତୀୟ କ୍ଷେତ୍ରରେ ପ୍ରବେଶ କରି ଚୀନ ସେନା ୧୭ ବର୍ଷୀୟ ତରୋନ୍କୁ ଉଠାଇ ନେଇଛି । ଚୀନ ଏଲଏସିର ଲିଙ୍ଗଟା ଜୋର୍ କ୍ଷେତ୍ରରେ ଯାହା ଭାରତୀ ସୀମା ଅନ୍ତର୍ଗତ, ସେଠାରେ ଗତ ୨୦୧୮ ମସିହାରୁ ୩-୪ କିଲୋମିଟର ରାସ୍ତା ବନାଇଛି ପିପୁଲ୍ସ ଲିବରେସନ୍ ଆର୍ମି । ଅପହରଣ ବେଳେ ତରୋନ୍ର ଜଣେ ସାଥୀ ବହୁ କଷ୍ଟରେ ଚୀନ ସେନା କବଳରୁ ଖସି ଆସି ଏବିଷୟରେ କର୍ତୃପକ୍ଷଙ୍କୁ ସୂଚନା ଦେଇଛି ।’

ବୁଧବାର ଏନେଇ ବିଜେପି ସାଂସଦ ଟ୍ୱିଟ୍ କରିଥିଲେ ବି ଭାରତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ରାହୁଲ ଗାନ୍ଧୀଙ୍କ ଆପତି ପରେ ଚୀନ ପ୍ରତିପକ୍ଷଙ୍କ ସହ ଆଲୋଚନ କରିଛି ଭାରତୀୟ ସେନା । ଅରୁଣାଚଳ ପ୍ରଦେଶ ସୀମାରେ ଥିବା ଭାରତୀୟ ସେନା ଅଧିକାରୀ ହଟ୍ଲାଇନ୍ ଜରିଆରେ ଚୀନ ସେନା ସହ ଯୋଗା କରିଛି । ଏଥିରେ ତରୋନକୁ ଫେରାଇ ଦେବାକୁ କହିଛି ଭାରତୀୟ ସେନା । ତେବେ ପ୍ରୋଟୋକଲ ଅନୁସାରେ ଯୁବକ ତରୋନକୁ ହସ୍ତାନ୍ତର କରିବାକୁ କହିଛି ପିଏଲଏ ।

ଭାରତ ଚୀନ ମଧ୍ୟରେ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ୩,୪୦୦ କିଲୋମିଟର ସୀମା ରହିଛି । ଯାହାକୁ ପ୍ରକୃତ ନିୟନ୍ତ୍ରଣ ରେଖା କୁହାଯାଏ । ଆଉ ଏହି ଅଂଚଳରେ ଉଭୟ ଦେଶର ସେନା ମଧ୍ୟରେ ସବୁବେଳେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳେ । ଆଉ ଅନେକ ଥର ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସେନା ପଶି ନିଜ ମନମାନି ଚଳାଏ । ଏହି ଅଚଳରେ ଚୀନ ଗାଁ ବସାଉଥିବା ସାଟେଲାଇଟ୍ ଇମେଜ୍ରେ ମଧ୍ୟ ସ୍ପଷ୍ଟ ହୋଇଛି । ଆଉ ଏବେ ଭାରତୀୟ ଯୁବକକୁ ଏହି ଅଂଚଳରୁ ଅପହରଣ କରି ନେଇଛି ଡ୍ରାଗନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe