ମସୁଦ୍ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷଣା ହେବା ପରେ ଭାରତ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ ପାକିସ୍ତାନ ! ଆଜି ମତ ବଦଳାଇପାରେ ଚୀନ୍ । 

633

ମସୁଦ୍ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷିତ ହେବା ମାମଲାରେ ଆଜି ଅର୍ଥାତ୍ ମେ ୧ ରେ ଚୀନ୍ ନିଜ ମତ ବଦଳାଇପାରେ । ଚୀନ୍ ବାରମ୍ବାର ମସୁଦ୍ ଉପରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ନିଜ ଭିଟୋ ଶକ୍ତିକୁ ବ୍ୟବହାର କରି ପ୍ରତିଥର ମସୁଦ୍ କୁ ବଚାଂଇ ଆସୁଥିଲା । ମାର୍ଚ୍ଚ ମାସରେ ଚୀନ୍ ପୁଣିଥରେ ଏଭଳି କରିଥିଲା । ୧୪ ଫେବୃୟାରୀ ପୁଲୱାମା ଆକ୍ରମଣ ପରେ ଭାରତ ସମେତ ଅନେକ ସଂଯୁକ୍ତ ରାଷ୍ଟ୍ର ଆମେରିକା,ଫ୍ରାନ୍ସ ଏବଂ ୟୁକେ ଭଳି ଦେଶରେ ମସୁଦ୍ କୁ ବିଶ୍ୱ ଆତଙ୍କୀ ରୁପେ ଘୋଷଣା କରିବା ପାଇଁ ପ୍ରେସର୍ ପକାଯାଉଛି । କିନ୍ତୁ ଚୀନ୍ ବାରମ୍ବାର ଭିଟୋ ପାୱାର ବ୍ୟବହାର କରି ଏହି ପ୍ରୟାସରେ ସାମ୍ନାକୁ ଚାଲି ଆସୁଛନ୍ତି ।

ତେବେ ଏହା ପ୍ରଥମେ ଜାଣିବା ଆବଶ୍ୟକ ଯେ ଜଣେ ବିଶ୍ୱ ଆତଙ୍କବାଦୀ ଘୋଷିତ ହେବା ପରେ ତା’ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଏ । ସଂଯୁକ୍ତ ରାଷ୍ଟ୍ର ନିୟମାନୁସାରେ ଏହି ମାମଲାରେ ଦୁନିଆର ସବୁ ଦେଶ ଉକ୍ତ ବ୍ୟକ୍ତିଙ୍କ ସହ ସମ୍ବନ୍ଧିତ ସମୂହ ତଥା ସଂସ୍ଥାଙ୍କ ମଧ୍ୟ ଧନ, ସଂପତ୍ତି ତଥା ଆର୍ଥିକ ସଂସାଧନକୁ ଅକ୍ତିଆର କରିନିଏ । ଉକ୍ତ ବ୍ୟକ୍ତିର ଅନ୍ୟ କୌଣସି ସ୍ଥାନକୁ ଯିବା ଆସିବା କରିବାରେ ପ୍ରତିବନ୍ଧ ଲାଗିଥାଏ । କେବଳ ଏତିକି ନୁହେଁ ଯଦି ମସୁଦ୍ ଉପରେ ବିଶ୍ୱ ଆତଙ୍କବାଦୀର ଟ୍ୟାଗ୍ ଲାଗିଯାଏ ତେବେ ପାକିସ୍ତାନରେ ମଧ୍ୟ ସେ ସ୍ୱତନ୍ତ୍ର ରୁପରେ ବିଚରଣ କରିପାରିବ ନାହିଁ । କାରଣ ସରକାରଙ୍କ ଉଦେ୍ଧଶ୍ୟ ମସୁଦ୍ କୁ ଗିରଫ କରିବାରେ ରହିବ । ଯଦି ଜଣେ ବିଶ୍ୱ ଆତଙ୍କୀ ପାକ୍ ରେ ସ୍ୱତନ୍ତ୍ର ଭାବେ ବିଚରଣ କରିବ ତେବେ ପାକିସ୍ତାନର ବିଶ୍ୱ ଶାଖାରେ ଏହାର ନକାରାତ୍ମକ ପ୍ରଭାବ ପଡିବ । ଏଭଳି ସ୍ଥିତିରେ ପାକ୍ କୁ ମସୁଦକୁ ଗିରଫ କରିବାକୁ  ହିଁ ପଡିବ ।

 

ୟୁଏନ୍ ର ପ୍ରତିବନ୍ଧ ସୂଚୀରେ ସାମିଲ୍ ହେବା ପରେ ମସୁଦ୍ କୌଣସି ଦେଶ କିମ୍ବା ସଂଗଠନ ପାଇଁ ଅସ୍ତ୍ରଶସ୍ତ୍ର କିଣିବାରେ ମଧ୍ୟ ପ୍ରତିବନ୍ଧିତ ହୋଇଯିବ । ବିଶ୍ୱ ଆତଙ୍କୀ ଘୋଷଣା ହେବା ପରେ କୌଣସି ଦେଶର ପତାକା ଲାଗିଥିବା ବାୟୁଯାନ ତଥା ଜଳପୋତର ବ୍ୟବହାର ମସୁଦ୍ କରିପାରିବ ନାହିଁ ।